ନବକଳେବର
ଶ୍ରୀମଦ ଭଗବତ ଗୀତା ଜନ୍ମମୃତ୍ୟୁର ର ଚକ୍ରକୁ ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବା ସଦୃଶ୍ୟ ଜରାଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ ଅବସ୍ଥା ରୂପେ ବ୍ୟାଖ୍ୟା କରନ୍ତି। ସେହି ଅନୁକ୍ରମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସାଧାରଣ ପ୍ରାଣୀଙ୍କ ଜନ୍ମମୃତ୍ୟୁ ଜନିତ ଶରୀର ତ୍ୟାଗ ଓ ନୂତନ ଶରୀରରେ ପ୍ରାଣ ନେଇ ଜନ୍ମ ହେବା ନୀତି ଭଳି ତାଙ୍କ ଏକମାତ୍ର ବିଗ୍ରହର ନବ କଳେବର ନୀତି ସେ କରାଇଥାନ୍ତି। ଚନ୍ଦ୍ର ଓ ସୌର ତିଥିର ସମନ୍ବୟ ସମ୍ବନ୍ଧୀୟ କାଳ ଗଣନାରେ ଅଧିକା ଆଷାଢ ମାସ ପଡୁଥିବା ବର୍ଷରେ ଏହାକୁ ବଡଦାଣ୍ଡରେ ପତିତ ଜନ ସାଧାରଣଙ୍କୁ ଦର୍ଶନ ଦେବା ନିମନ୍ତେ ରଥରେ ଅଧିଷ୍ଠାନ ପୂର୍ବରୁ ସମାହିତ କରାଯାଏ। ଯୋଡା ଆଷାଢ ପଡିବା ବର୍ଷକୁ ପାଞ୍ଜିକାର ମାନେ ସ୍ଥିର ନିର୍ଦ୍ଧାରିତ କରିଥାନ୍ତି। ସେହି ଆଷାଢର ପ୍ରଥମ କୃଷ୍ଣପକ୍ଷ, ପ୍ରଥମ ଶୁକ୍ଳପକ୍ଷ, ଦ୍ୱିତୀୟ କୃଷ୍ଣପକ୍ଷର ୪୫ ଟି ତିଥି ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପାଦିତ କରାଯାଏ। ଦ୍ୱିତୀୟ ଆଷାଢ ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ନବଯୌବନ ବେଶ ହୁଏ। ତା ପରଦିନ ରଥରେ ମହାପ୍ରଭୁ ଜନସାଧାରଣଙ୍କ ଗହଣକୁ ଆସନ୍ତି। ଶେଷଥର ପାଇଁ ଏହା ୨୦୧୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏହି ପ୍ରକ୍ରିୟାର ପ୍ରଥମ ଲିପିବଦ୍ଧ ନୀତି/ବିଧି ମାଦଳାପାଞ୍ଜି କେଶରୀବଂଶର ପ୍ରଥମ ପାଟରାଜା ଯଜାତିଙ୍କ ରାଜତ୍ୱ ସମୟରେ ବର୍ଣ୍ଣନା କରିଛନ୍ତି। ସୋମ...