Posts

ମହାପ୍ରଭୁ

ପରମପୁରୁଷ (୧) ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ବୟଂ ସନାତନତ୍ବର ପ୍ରତିଷ୍ଠାତା। ସେ ପରଂବ୍ରହ୍ମ ଅଟନ୍ତି। ଐତିହାସିକ, ପୌରାଣିକ ତଥା ବୈଦିକ ସାହିତ୍ୟରେ ଲିପିବଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନତ୍ବ ଓଁକାର ରୂପୀ ସ୍ଥିର, ସ୍ଥବିର, ଅବିଚଳ, ବ୍ୟକ୍ତାବିଭୂତେ ଅବ୍ୟକ୍ତ, ନିରାକାରେ ଆକାର, କ୍ଷଣଭଙ୍ଗୁରେ ଅଭଙ୍ଗ, ଗତିଶୂନ୍ୟେ ତୀବ୍ରଶକ୍ତି, ଅକ୍ରିୟାଶୀଳେ ପ୍ରତିକ୍ରିୟା, ସର୍ବଦୃଷ୍ଟ୍ୱେ ଦାରୁଭୂତ ରୂପୀ ପରାମାତ୍ମା , ଶାଳଗ୍ରାମଙ୍କ ଠାରୁ ମଧ୍ୟ ଅଧିକ ସନାତନ, ମାର୍ତ୍ତଣ୍ଡ (ମୃତ ସୂର୍ଯ୍ୟ, ଅନ୍ଧକାର) ଙ୍କ ଅପର ପାର୍ଶ୍ୱରେ ଅମାର୍ତ୍ତଣ୍ଡ (ଆଲୋକ) ତଥା ତାଙ୍କ ନୟନଯୁଗଳ ଏକା ସମୟରେ ଆବର୍ତ୍ତିତ ( Centripetal) ଓ ନିବର୍ତ୍ତିତ (Centrifugal) ବଳ ଅଟେ।  ପଣ୍ଡିତ ମାନେ ବିଶ୍ବାସ କରନ୍ତି, ସମୟକ୍ରମେ ମନୁଷ୍ୟ ମନରେ ମୁହୁର୍ମୁହୁ ଉଠିଥିବା ସଂଶୟର ଦୂରୀକରଣ ନିମନ୍ତେ ଶ୍ରୁତି ସ୍ମୃତିର ଉଦଘୋଷଣା ଦ୍ଵାରା ଅନ୍ତର୍ନିହିତ ବିଶ୍ୱାସର ସମନ୍ୱିତ-ରାଗରେ ଧର୍ମ ପାଳନ ଓ ପୂଜନ ପଦ୍ଧତି ହିଁ ଜଗନ୍ନାଥ ସଂସ୍କୃତି ଅଟେ। ତାଙ୍କ ପରଂବ୍ରହ୍ମ ତତ୍ତ୍ୱର ସଜ୍ଞାନ ଓ ସନ୍ଧାନ ଏକ ଶୀର୍ଷ ଆଧ୍ୟାତ୍ମିକ ଅନୁଭୂତି ବିଶ୍ୱାସ ଉପରେ ପର୍ଯ୍ୟବେଶିତ । ଯଦ୍ୟପି ତାହା ତଥାକଥିତ ବିଜ୍ଞାନସମ୍ମତ ଆଧାର ଶୂନ୍ୟ ଅଟେ , ତଥାପି ଆଧ୍ୟାତ୍ମିକି ବିଶ୍ଵାସର ସେହି ଶିଖରରେ ସେ ହିଁ ରହିଥାନ୍ତି ଯେଉଁଠି ସ୍ପର୍ଶ, ସୁଗନ୍ଧ, ଶ୍ରବଣ, ଦୃଷ୍ଟି, ଶବ୍ଦ, ଅନ୍ଧାର,...

ପତିତପାବନ

Image
ବର୍ତ୍ତମାନର ପତିତପାବନ  ପ୍ରସ୍ତର ଖୋଦେଇ ଅଟନ୍ତି।  ଜଣେ ବନ୍ଧୁ X ରେ ମନ୍ତବ୍ୟ ଦେଲେ - ଏହା କେଶରୀ ମାନଙ୍କ ସମୟ ଭୋଇ ବଂଶ ସମୟ ନୁହଁ। ପ୍ରଥମ କଥା, ମାଦଳାପାଞିଙ୍କ ଅନୁସାରେ, ବର୍ତ୍ତମାନର ଶ୍ରୀମନ୍ଦିର ଶେଷ କେଶରୀ ବଂଶୀ ବସନ୍ତ କେଶରୀଙ୍କ 80 ବର୍ଷ ଉପରାନ୍ତ ଗଙ୍ଗବଂଶୀ ଅନଙ୍ଗ ଭୀମ ଦେବ -4ର୍ଥ ଙ୍କ  ଦ୍ବାରା ପ୍ରତିଷ୍ଠିତ।  ଏହାର 225 ବର୍ଷ  ପରେ ମେଘନାଦ ପାଚେରୀ (ଯାହାର ଚତୁର୍ଦିଗ ପୂର୍ବ, ପଶ୍ଚିମ,  ଉତ୍ତର ଓ ଦକ୍ଷିଣରେ ଚାରୋଟି ଗୁମୁଟ ଘର ଅଛି।) କପିଳେନ୍ଦ୍ର ଦେବଙ୍କ ସମୟରେ ତୋଳା ଯାଇଛି।  ମ୍ଳେଛ (ଯବନ) ମାନଙ୍କୁ ପତିତ କୁହା ଯାଉଥିଲା। ଅନନ୍ତ ବାସୁଦେବଙ୍କ ପୂଜାରୀଙ୍କ ପୁତ୍ର  ଜଣେ ଯବନ ଥିବା ଅଚ୍ୟୁତାନନ୍ଦ ଙ୍କ ମାଳିକା କହୁଛି। ଡେଣୁ, କପିଳେନ୍ଦ୍ର ବାବଙ୍କ ସମୟରେ ଯେତେବେଳେ ମେଘନାଦ ପାଚେରୀ ନିର୍ମିତ ହେଲା, ସିଂହଦ୍ୱାର ଗୁମୁଟ ଭିତରେ ମନ୍ଦିର ଭିଡରକୁ ଯାଇ ନ ପାରୁଥିବା ଅଣହିନ୍ଦୁଙ୍କ ନିମନ୍ତେ କାଷ୍ଠରେ ନିର୍ମିତ ହୋଇଥିଲା। ସେଥିଯୋଗୁଁ,  ମୁକୁନ୍ଦ ଦେବ(2)ଙ୍କ ପୁତ୍ର ଦିବ୍ୟସିଂହ ଦେବ (1016-1027 ଖ୍ରୀଷ୍ଟାବ୍ଦ) ଙ୍କ ସମୟରେ ଘଟିଥିବା ଯୁଦ୍ଧର ବର୍ଣ୍ଣନା କରି ମାଦଳାପାଞି ଲେଖିଲେ - କାଠର ଜଗନ୍ନାଥଙ୍କୁ ମୁଗଲେ ନେଲେ। ଭକ୍ତ ସାଲବେଗ (10ମ ଶତାବ୍ଦୀ) ତାମିଲନାଡୁ ତିରୁଚିରାପଲ୍ଲୀର କାବେରୀ ନଦୀ କୁଳରେ ଥିବା ଶ୍ରୀରଙ୍ଗମ ମନ୍ଦିରର ଶ୍ରୀର...
Image
  ସ୍ନାନ ପୂର୍ଣ୍ଣିମା   ମହାପ୍ରଭୁ ଶ୍ରୀଜଗନ୍ନାଥ ସୃଷ୍ଟି , ସ୍ଥିତି ଲୟ ସବୁଠାରୁ ଉର୍ଦ୍ଧ୍ୱରେ ଅଟନ୍ତି । ପୌରାଣିକ ଉପାଖ୍ୟାନ ଅନୁସାରେ ପ୍ରଳୟ ଉପରାନ୍ତ ସୃଷ୍ଟିର ଆରମ୍ଭ ସମୟରେ ବଟପତ୍ରରେ ଶାୟିତ ଶିଶୁ ରୂପେ ମାର୍କେଣ୍ଡୟ ଋଷିଙ୍କ ପୁରୁଷୋତ୍ତମଙ୍କ ଦର୍ଶନ କରିବା ସୃଷ୍ଟି , ସ୍ଥିତି ଓ ଲୟ ତତ୍ତ୍ୱର ଅନ୍ତର୍ଦର୍ଶନରେ କରା ଯାଇଛି । ନବମ ଶତାବ୍ଦୀର ସନ୍ଥ ଅଚ୍ୟୁତାନନ୍ଦ ଦାସଙ୍କ ଅନ୍ତର୍ଦୃଷ୍ଟିରେ ପ୍ରତିଫଳିତ ୨୨ ପାହାଚେ ମୀନ ଖେଳିବ ପଦ ସମୁଦ୍ର ଜଳ ରତ୍ନବେଦୀ ବା ମହାବେଦୀ ଛୁଇଁବା ସମୟର ଭବିଷ୍ୟବାଣୀ ଥିଲା । ଜଳାର୍ଣ୍ଣବେ ପୃଥିବୀର ଶେଷାବସ୍ଥା ତଥା ସୃଷ୍ଟି ଠାରେ ହିଁ ପୃଥିବୀର ପ୍ରଳୟକାଳୀନ ବିଲୟ ସମୟର ଚିତ୍ର ପରିକଳ୍ପନା ସେ କରିଥିଲେ । ଏହା ସମୁଦ୍ରରେ ଜଳ ସ୍ତର ବଢିବା ସନ୍ଦର୍ଭରେ ତାଙ୍କ ଅନ୍ତର୍ମନରେ ସ୍ଫୁରିତ ହୋଇଥିଲା । ସମ୍ଭବତଃ ଧବଳଗିରି ଓରଫ ନୀଳଶୈଳର ମହାବେଦୀ ଯେ ସ୍ୱୟଂ ଶାଳଗ୍ରାମ ଅଟନ୍ତି , ସନ୍ଥ ଅଚ୍ୟୁତାନନ୍ଦ ଅନ୍ତର୍ଦୃଷ୍ଟିରେ ଦେଖି ସୃଷ୍ଟି , ସ୍ଥିତି ଓ ଲୟ ତତ୍ତ୍ୱ ସନ୍ଦର୍ଭରେ ୨୨ ପାହାଚେ ମୀନ ଖେଳିବର ପରିକଳ୍ପନା କରିଥିଲେ । ୭୫ ସହସ୍ର ବର୍ଷ ତଳେ ସୁମାତ୍ରା (ଇଣ୍ଡୋନେସିଆ) ର ବିଶାଳ ଆଗ୍ନେୟଗିରି ର ଲେଲିହାନ ବହ୍ନିରେ ଭାରତବର୍ଷର ଦକ୍ଷିଣ ପୂର୍ବରେ ଅବସ୍ଥିତ ଇଣ୍ଡୋନେସିଆ ର ଜନଜୀବନ , ବୃକ୍ଷଲତା ଓ ପଶୁପକ୍ଷୀଙ୍କ ସମୂଳେ ଧ୍ୱଂସ ପାଇବାର ବିକଟାଳ ଦୃଶ୍ୟ ତଥା ସେଥିରୁ ବିଛାଡି ହୋ...

ନବକଳେବର

Image
    ଶ୍ରୀମଦ ଭଗବତ ଗୀତା ଜନ୍ମମୃତ୍ୟୁର ର ଚକ୍ରକୁ  ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବା ସଦୃଶ୍ୟ ଜରାଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ ଅବସ୍ଥା ରୂପେ ବ୍ୟାଖ୍ୟା କରନ୍ତି। ସେହି ଅନୁକ୍ରମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସାଧାରଣ ପ୍ରାଣୀଙ୍କ ଜନ୍ମମୃତ୍ୟୁ ଜନିତ ଶରୀର ତ୍ୟାଗ ଓ ନୂତନ ଶରୀରରେ ପ୍ରାଣ ନେଇ ଜନ୍ମ ହେବା ନୀତି ଭଳି ତାଙ୍କ ଏକମାତ୍ର ବିଗ୍ରହର ନବ କଳେବର ନୀତି ସେ କରାଇଥାନ୍ତି। ଚନ୍ଦ୍ର ଓ ସୌର ତିଥିର ସମନ୍ବୟ ସମ୍ବନ୍ଧୀୟ କାଳ ଗଣନାରେ ଅଧିକା ଆଷାଢ ମାସ ପଡୁଥିବା ବର୍ଷରେ ଏହାକୁ ବଡଦାଣ୍ଡରେ  ପତିତ ଜନ ସାଧାରଣଙ୍କୁ ଦର୍ଶନ ଦେବା ନିମନ୍ତେ ରଥରେ ଅଧିଷ୍ଠାନ ପୂର୍ବରୁ ସମାହିତ କରାଯାଏ। ଯୋଡା ଆଷାଢ ପଡିବା ବର୍ଷକୁ ପାଞ୍ଜିକାର ମାନେ ସ୍ଥିର ନିର୍ଦ୍ଧାରିତ କରିଥାନ୍ତି। ସେହି ଆଷାଢର ପ୍ରଥମ କୃଷ୍ଣପକ୍ଷ, ପ୍ରଥମ ଶୁକ୍ଳପକ୍ଷ, ଦ୍ୱିତୀୟ କୃଷ୍ଣପକ୍ଷର ୪୫ ଟି ତିଥି ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପାଦିତ କରାଯାଏ। ଦ୍ୱିତୀୟ ଆଷାଢ ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ନବଯୌବନ ବେଶ ହୁଏ। ତା ପରଦିନ ରଥରେ ମହାପ୍ରଭୁ ଜନସାଧାରଣଙ୍କ ଗହଣକୁ ଆସନ୍ତି। ଶେଷଥର ପାଇଁ ଏହା ୨୦୧୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏହି ପ୍ରକ୍ରିୟାର ପ୍ରଥମ ଲିପିବଦ୍ଧ ନୀତି/ବିଧି ମାଦଳାପାଞ୍ଜି କେଶରୀବଂଶର ପ୍ରଥମ ପାଟରାଜା ଯଜାତିଙ୍କ ରାଜତ୍ୱ ସମୟରେ ବର୍ଣ୍ଣନା କରିଛନ୍ତି। ସୋମ...