Posts

ମହାପ୍ରଭୁ

ପରମପୁରୁଷ (୧) ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ବୟଂ ସନାତନତ୍ବର ପ୍ରତିଷ୍ଠାତା। ସେ ପରଂବ୍ରହ୍ମ ଅଟନ୍ତି। ଐତିହାସିକ, ପୌରାଣିକ ତଥା ବୈଦିକ ସାହିତ୍ୟରେ ଲିପିବଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନତ୍ବ ଓଁକାର ରୂପୀ ସ୍ଥିର, ସ୍ଥବିର, ଅବିଚଳ, ବ୍ୟକ୍ତାବିଭୂତେ ଅବ୍ୟକ୍ତ, ନିରାକାରେ ଆକାର, କ୍ଷଣଭଙ୍ଗୁରେ ଅଭଙ୍ଗ, ଗତିଶୂନ୍ୟେ ତୀବ୍ରଶକ୍ତି, ଅକ୍ରିୟାଶୀଳେ ପ୍ରତିକ୍ରିୟା, ସର୍ବଦୃଷ୍ଟ୍ୱେ ଦାରୁଭୂତ ରୂପୀ ପରାମାତ୍ମା , ଶାଳଗ୍ରାମଙ୍କ ଠାରୁ ମଧ୍ୟ ଅଧିକ ସନାତନ, ମାର୍ତ୍ତଣ୍ଡ (ମୃତ ସୂର୍ଯ୍ୟ, ଅନ୍ଧକାର) ଙ୍କ ଅପର ପାର୍ଶ୍ୱରେ ଅମାର୍ତ୍ତଣ୍ଡ (ଆଲୋକ) ତଥା ତାଙ୍କ ନୟନଯୁଗଳ ଏକା ସମୟରେ ଆବର୍ତ୍ତିତ ( Centripetal) ଓ ନିବର୍ତ୍ତିତ (Centrifugal) ବଳ ଅଟେ।  ପଣ୍ଡିତ ମାନେ କହନ୍ତି, ସମୟକ୍ରମେ ମନୁଷ୍ୟ ମନରେ ମୁହୁର୍ମୁହୁ ଉଠିଥିବା ସଂଶୟର ଦୂରୀକରଣ ନିମନ୍ତେ ଶ୍ରୁତି ସ୍ମୃତିର ଉଦଘୋଷଣା ଦ୍ଵାରା ସ୍ଥାପିତ ବିଶ୍ୱାସର ସମନ୍ୱିତ-ରାଗ ଜନିତ ଧର୍ମ ପାଳନ ଓ ପୂଜନ ପଦ୍ଧତି ହିଁ ଜଗନ୍ନାଥ ସଂସ୍କୃତି ଅଟେ। ତାଙ୍କ ପରଂବ୍ରହ୍ମ ତତ୍ତ୍ୱର ସଜ୍ଞାନ ଓ ସନ୍ଧାନ ଏକ ଶୀର୍ଷ ଆଧ୍ୟାତ୍ମିକ ଅନୁଭୂତି ବିଶ୍ୱାସ ଉପରେ ପର୍ଯ୍ୟବେଶିତ । ଯଦ୍ୟପି ତାହା ତଥାକଥିତ ବିଜ୍ଞାନସମ୍ମତ ଆଧାର ଶୂନ୍ୟ ଅଟେ , ତଥାପି ଆଧ୍ୟାତ୍ମିକି ବିଶ୍ଵାସର ସେହି ଶିଖରରେ ସେ ହିଁ ରହିଥାନ୍ତି ଯେଉଁଠି ସ୍ପର୍ଶ, ସୁଗନ୍ଧ, ଶ୍ରବଣ, ଦୃଷ୍ଟି, ଶବ୍ଦ, ଅନ୍ଧାର, ଆଲୁଅ ଠାର...
Image
  ସ୍ନାନ ପୂର୍ଣ୍ଣିମା   ମହାପ୍ରଭୁ ଶ୍ରୀଜଗନ୍ନାଥ ସୃଷ୍ଟି , ସ୍ଥିତି ଲୟ ସବୁଠାରୁ ଉର୍ଦ୍ଧ୍ୱରେ ଅଟନ୍ତି । ପୌରାଣିକ ଉପାଖ୍ୟାନ ଅନୁସାରେ ପ୍ରଳୟ ଉପରାନ୍ତ ସୃଷ୍ଟିର ଆରମ୍ଭ ସମୟରେ ବଟପତ୍ରରେ ଶାୟିତ ଶିଶୁ ରୂପେ ମାର୍କେଣ୍ଡୟ ଋଷିଙ୍କ ପୁରୁଷୋତ୍ତମଙ୍କ ଦର୍ଶନ କରିବା ସୃଷ୍ଟି , ସ୍ଥିତି ଓ ଲୟ ତତ୍ତ୍ୱର ଅନ୍ତର୍ଦର୍ଶନରେ କରା ଯାଇଛି । ନବମ ଶତାବ୍ଦୀର ସନ୍ଥ ଅଚ୍ୟୁତାନନ୍ଦ ଦାସଙ୍କ ଅନ୍ତର୍ଦୃଷ୍ଟିରେ ପ୍ରତିଫଳିତ ୨୨ ପାହାଚେ ମୀନ ଖେଳିବ ପଦ ସମୁଦ୍ର ଜଳ ରତ୍ନବେଦୀ ବା ମହାବେଦୀ ଛୁଇଁବା ସମୟର ଭବିଷ୍ୟବାଣୀ ଥିଲା । ଜଳାର୍ଣ୍ଣବେ ପୃଥିବୀର ଶେଷାବସ୍ଥା ତଥା ସୃଷ୍ଟି ଠାରେ ହିଁ ପୃଥିବୀର ପ୍ରଳୟକାଳୀନ ବିଲୟ ସମୟର ଚିତ୍ର ପରିକଳ୍ପନା ସେ କରିଥିଲେ । ଏହା ସମୁଦ୍ରରେ ଜଳ ସ୍ତର ବଢିବା ସନ୍ଦର୍ଭରେ ତାଙ୍କ ଅନ୍ତର୍ମନରେ ସ୍ଫୁରିତ ହୋଇଥିଲା । ସମ୍ଭବତଃ ଧବଳଗିରି ଓରଫ ନୀଳଶୈଳର ମହାବେଦୀ ଯେ ସ୍ୱୟଂ ଶାଳଗ୍ରାମ ଅଟନ୍ତି , ସନ୍ଥ ଅଚ୍ୟୁତାନନ୍ଦ ଅନ୍ତର୍ଦୃଷ୍ଟିରେ ଦେଖି ସୃଷ୍ଟି , ସ୍ଥିତି ଓ ଲୟ ତତ୍ତ୍ୱ ସନ୍ଦର୍ଭରେ ୨୨ ପାହାଚେ ମୀନ ଖେଳିବର ପରିକଳ୍ପନା କରିଥିଲେ । ୭୫ ସହସ୍ର ବର୍ଷ ତଳେ ସୁମାତ୍ରା (ଇଣ୍ଡୋନେସିଆ) ର ବିଶାଳ ଆଗ୍ନେୟଗିରି ର ଲେଲିହାନ ବହ୍ନିରେ ଭାରତବର୍ଷର ଦକ୍ଷିଣ ପୂର୍ବରେ ଅବସ୍ଥିତ ଇଣ୍ଡୋନେସିଆ ର ଜନଜୀବନ , ବୃକ୍ଷଲତା ଓ ପଶୁପକ୍ଷୀଙ୍କ ସମୂଳେ ଧ୍ୱଂସ ପାଇବାର ବିକଟାଳ ଦୃଶ୍ୟ ତଥା ସେଥିରୁ ବିଛାଡି ହୋ...

ନବକଳେବର

Image
    ଶ୍ରୀମଦ ଭଗବତ ଗୀତା ଜନ୍ମମୃତ୍ୟୁର ର ଚକ୍ରକୁ  ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବା ସଦୃଶ୍ୟ ଜରାଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ ଅବସ୍ଥା ରୂପେ ବ୍ୟାଖ୍ୟା କରନ୍ତି। ସେହି ଅନୁକ୍ରମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସାଧାରଣ ପ୍ରାଣୀଙ୍କ ଜନ୍ମମୃତ୍ୟୁ ଜନିତ ଶରୀର ତ୍ୟାଗ ଓ ନୂତନ ଶରୀରରେ ପ୍ରାଣ ନେଇ ଜନ୍ମ ହେବା ନୀତି ଭଳି ତାଙ୍କ ଏକମାତ୍ର ବିଗ୍ରହର ନବ କଳେବର ନୀତି ସେ କରାଇଥାନ୍ତି। ଚନ୍ଦ୍ର ଓ ସୌର ତିଥିର ସମନ୍ବୟ ସମ୍ବନ୍ଧୀୟ କାଳ ଗଣନାରେ ଅଧିକା ଆଷାଢ ମାସ ପଡୁଥିବା ବର୍ଷରେ ଏହାକୁ ବଡଦାଣ୍ଡରେ  ପତିତ ଜନ ସାଧାରଣଙ୍କୁ ଦର୍ଶନ ଦେବା ନିମନ୍ତେ ରଥରେ ଅଧିଷ୍ଠାନ ପୂର୍ବରୁ ସମାହିତ କରାଯାଏ। ଯୋଡା ଆଷାଢ ପଡିବା ବର୍ଷକୁ ପାଞ୍ଜିକାର ମାନେ ସ୍ଥିର ନିର୍ଦ୍ଧାରିତ କରିଥାନ୍ତି। ସେହି ଆଷାଢର ପ୍ରଥମ କୃଷ୍ଣପକ୍ଷ, ପ୍ରଥମ ଶୁକ୍ଳପକ୍ଷ, ଦ୍ୱିତୀୟ କୃଷ୍ଣପକ୍ଷର ୪୫ ଟି ତିଥି ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପାଦିତ କରାଯାଏ। ଦ୍ୱିତୀୟ ଆଷାଢ ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ନବଯୌବନ ବେଶ ହୁଏ। ତା ପରଦିନ ରଥରେ ମହାପ୍ରଭୁ ଜନସାଧାରଣଙ୍କ ଗହଣକୁ ଆସନ୍ତି। ଶେଷଥର ପାଇଁ ଏହା ୨୦୧୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏହି ପ୍ରକ୍ରିୟାର ପ୍ରଥମ ଲିପିବଦ୍ଧ ନୀତି/ବିଧି ମାଦଳାପାଞ୍ଜି କେଶରୀବଂଶର ପ୍ରଥମ ପାଟରାଜା ଯଜାତିଙ୍କ ରାଜତ୍ୱ ସମୟରେ ବର୍ଣ୍ଣନା କରିଛନ୍ତି। ସୋମ...

ନବମ ଅବତାର – ନୂତନ ଦୃଷ୍ଟିକୋଣ

Image
ବୁଦ୍ଧ ଭୂମିସ୍ପର୍ଶ ମୁଦ୍ରାରେ। ସୌ: Puri.nic.in ପୁରୁଷୋତ୍ତମ-ଜଗନ୍ନାଥଙ୍କ  ନବମ ଅବତାର  ସାଂଖ୍ୟଯୋଗୀ ଗୌତମ ବୁଦ୍ଧଙ୍କ ୩୯୬୫ ତମ ଜନ୍ମ ଜୟନ୍ତୀ ଅବସରରେ ଅଶେଷ ଭକ୍ତିପୁଷ୍ପ ଶ୍ରଦ୍ଧାଞ୍ଜଳିଯୁକ୍ତ ପ୍ରଣାମ ସହ ଆରମ୍ବ କରୁଛି ପୁରାଣ ପର୍ଯ୍ୟବେଶିତ ତାଙ୍କ ଜନ୍ମ ଚରିତ। ଅନନ୍ତକାଳରୁ ଶାଳଗ୍ରାମ ପୀଠାସୀନ ପୁରୁଷୋତ୍ତମ ଜଗନ୍ନାଥ ଙ୍କ ପ୍ରତ୍ୟକ୍ଷ ପ୍ରେରଣାର ଉତ୍ସ ରୂପେ ସମସ୍ତ ଜଡ ଓ ଜୀବ ମଧ୍ୟରେ ପରମାତ୍ମାଙ୍କ ନିବାସ ରହିଥିବା ବେଦାନ୍ତ ଦର୍ଶନ ତତ୍ତ୍ବର ପୁରୁଷୋତ୍ତମୀୟ-ଜ୍ଞାନ-ବ୍ୟାଖ୍ୟା (ଅନ୍ତସ୍ଥ ଓ ବ୍ରହ୍ମାଣ୍ଡୀୟ) ଜନିତ ପରାକାଷ୍ଠା ଶ୍ରୀକ୍ଷେତ୍ର-ପୁରୀର ଋଷି ଓ ଜ୍ଞାନୀ ପଣ୍ଡିତ ମାନଙ୍କ ଅନ୍ତସ୍ଥ ଉଦ୍ଭବ ବୈଦିକ ଜ୍ଞାନର ସୈଦ୍ଧାନ୍ତିକ ସତ୍ୟତା ତା’ର ପ୍ରାମାଣିକତା ଦର୍ଶାଇ ଆସିଛି।। ପରମାତ୍ମା ଶ୍ରୀପୁରୁଷୋତ୍ତମ-ଜଗନ୍ନାଥଙ୍କ ଦାରୁବିଗ୍ରହ ପ୍ରତ୍ୟେକ ପ୍ରାଣୀଙ୍କ ଆତ୍ମସାକ୍ଷାତକାରେ ଜ୍ଞାନ ପ୍ରାପ୍ତି ଅବସ୍ଥାକୁ ଦର୍ଶାଇ ଥାଏ। ତାଙ୍କ ରୂପ-ଅବତାରରେ ପ୍ରଥମେ ଭୃଗୁ ଋଷିଙ୍କ କନ୍ୟା ଲକ୍ଷ୍ମୀ (ଶ୍ରୀ)ଙ୍କ ସ୍ୱାମୀ ବିଷ୍ଣୁ ଗଣା ହେଲେ। ମହାନାରାୟଣୀୟ ଉପନିଷଦ ଅନୁସାରେ ଋଷି ନାରାୟଣ ( ପ୍ରାଗଜ୍ୟୋତିଷପୁର ଅସୁର ବଂଶ ହିରଣ୍ୟକଶିପୁ ର ବଦ୍ଧ କରିଥିବା ଭଗବାନ ନୃସିଂହ ) ଙ୍କୁ ବିଷ୍ଣୁ ଓ ଦେବକୀପୁତ୍ର ବାସୁଦେବ କୃଷ୍ଣ ରୂପେ ଉପାସନା କରାଯିବା ଆରମ୍ଭ ହୋଇଥିଲା। ବେଦାଚାର୍ଯ୍ୟ ମାନଙ୍କ ଦ୍ୱାରା ବିଷ୍ଣୁରୂପୀ ଋଗ୍‌ବେଦୀୟ ...

ନୀଳମତ ପୁରାଣ

Image
  ନୀଳମତ ପୁରାଣ କାଶ୍ମୀର ରାଜବଂଶାବଳୀ ରାଜତରଙ୍ଗିଣୀର ଲେଖକ କାଲ୍ହନ ପଣ୍ଡିତ (୧୦୫୦ ଶକାବ୍ଦ ଆଖପାଖ)   ତାଙ୍କ ଗ୍ରନ୍ଥରେ ନୀଳମତ ପୁରାଣ ବିଷୟ ଉଲ୍ଲେଖ କରୁଛନ୍ତି।   ନୀଳମତ ପୁରାଣ ବୁଦ୍ଧଙ୍କୁ ଜଗଦଗୁରୁ ରୂପେ ଚିତ୍ରଣ କରି କହୁଛନ୍ତି ଯେ ବୈଶାଖ ମାସର ପୁଷ୍ୟଯୁକ୍ତ ଚନ୍ଦ୍ରମାରେ ବୁଦ୍ଧ ଜନ୍ମ ହେବେ।   ବିଷ୍ଣୁଦୈବୋ ଜଗନ୍ନାଥ ପ୍ରାପ୍ତେ ବ୍ରହ୍ମନ କଲୌଯୁଗେ , ଅଷ୍ଟାବିଂଶତିମେ ଭାବୀ ବୁଦ୍ଧୋ ନାମ ଜଗଦଗୁରୁଃ।   ପୁଷ୍ୟଯୁକ୍ତ ନିଶାନାଥେ ବୈଶାଖେ ମାସି କାଶ୍ୟପ।।   ( ନୀଳମତ ପୁରାଣ ,  ବୈଶାଖ ଶୁକ୍ଳ ପୁଷ୍ୟଯୋଗେ ବୁଦ୍ଧ ଜନ୍ମମହୋତ୍ସବ ,  ଶ୍ଳୋକ ୮୦୯-୮୧୦)   ସମ୍ଭବତଃ ନୀଳମତ ପୁରାଣରେ ଉଲ୍ଲେଖ ବୁଦ୍ଧ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ବୁଦ୍ଧଙ୍କୁ ନବମ ଅବତାର କ୍ରମଣିକାରେ ଗ୍ରହଣ କରିବାର ପ୍ରଥମ ପ୍ରକ୍ରିୟା ଥିଲା।   ସେ ସମୟରେ କାଶ୍ମୀରରେ ଲୋପ ପାଇବାକୁ ଯାଉଥିବା ପାରମ୍ପରିକ ଲୌକିକ ସନାତନ ରୀତିନୀତି ପାଳନକୁ ପୁନର୍ଅବସ୍ଥାପିତ କରିବା ପାଇଁ ବ୍ରାହ୍ମଣ ଚନ୍ଦ୍ରଦେବଙ୍କ ଦ୍ୱାରା ନାଗ ସମ୍ପ୍ରଦାୟଙ୍କ ଉତ୍ସାହ କ୍ରମେ ନୀଳମତ ପୁରାଣ ଲେଖା ଯିବା ବିଷୟ ଐତିହାସିକ ମାନେ ଉଲ୍ଲେଖ କରୁଛନ୍ତି।   ରାଜତରଙ୍ଗିଣୀର ତଥ୍ୟ ଅନୁସାରେ ନୀଳମତ ପୁରାଣ ୧୮୯୪ ଆନୋ ଲୌକିକ ବର୍ଷରେ (ଖ୍ରୀଷ୍ଟପୂର୍ବ ୧୨୫୭ ମସିହା)   ଲେଖା ଯାଇଥିଲା। ...