ଲେମ୍ବେଇ ଦଣ୍ଡପାଟ
ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଅତିବଡି ଜଗନ୍ନାଥ ଦାସ ଓଡିଆ ଭାଗବତ ଲେଖିଥିଲେ। ସେଥିରେ ସେ ବୁଦ୍ଧଙ୍କ ଜନ୍ମ କୀକ୍କଟ ନଗରୀରେ ହୋଇଥିବା ଦର୍ଶାଇଛନ୍ତି। କୀକ୍କଟ ମହାଭାରତ ସମୟର ଏକ ରାଜ୍ୟ ଥିଲା ଯେଉଁଠି ଧର୍ମ ବିରୋଧୀ ମାନେ ରହୁଥିଲେ। ଅତିବଡିଙ୍କ ଦ୍ବାରା ଏହା ଏକ ଭଦ୍ର ସମ୍ବୋଧନ ଥିଲା। ବାସ୍ତବରେ ତାହା କପିଳବାସ୍ତୁ ଥିଲା। କପିଳବାସ୍ତୁ ବୈଦିକ ଋଷି ଅସିତ କେବଳଙ୍କ ଦ୍ବାରା ସୃଷ୍ଟି ସାଂଖ୍ୟ ଦର୍ଶନର ପ୍ରଣେତା କପିଳ ମୁନିଙ୍କ ପୂର୍ବଜଙ୍କ ଭିଟାମାଟି ଥିଲା। (ବାସ୍ତୁ = ଭିଟାମାଟି) ତଳେ ପ୍ରଦତ୍ତ ମାଦଳା ପାଞ୍ଜିଙ୍କ ବିବରଣରେ ତଥାକଥିତ ବୁଦ୍ଧଙ୍କ ଜନ୍ମଭୂମି ଲୁମ୍ବିନୀର ଚିତ୍ର ମଧ୍ୟ ସ୍ପଷ୍ଟ ହୁଏ। ବୁଦ୍ଧଙ୍କ ଜନ୍ମ ଲୁମ୍ବିନୀରେ ନୁହେଁ, ଲେମ୍ବେଇ ଦଣ୍ଡପାଟରେ ହୋଇଥିଲା। ସିଂହଳ ରାଜବଂଶାବଳୀ ମହାବଂଶ ଅନୁସାରେ ବୁଦ୍ଧଙ୍କ ନିର୍ବାଣର ୯୦ ବର୍ଷ ପରେ ମଗଧରେ ରାଜତ୍ୱ କରିଥିବା ହର୍ଯ୍ୟଙ୍କ ବଂଶୀ କଳାଶୋକ ରାଜତ୍ବ କରିଥିଲେ। ତାଙ୍କ କଳିଙ୍ଗ ଆକ୍ରମଣର ବିଭିଷୀକା ପରେ ସୁଦୀର୍ଘ ସମୟ ଧରି ଉପୁଜି ଥିବା ଧାର୍ମିକ ବିଶ୍ୱାସ ବିସ୍ଥାପନର ସଙ୍କଟ ଗଙ୍ଗବଂଶୀ ରାଜରାଜେଶ୍ୱର ଙ୍କ ସମୟ ପର୍ଯ୍ୟନ୍ତ ବି ସମାପ୍ତ ହୋଇ ନ ଥିବା ବିଷୟ ମଧ୍ୟ ମାଦଳାପାଞ୍ଜିଙ୍କ ଉଲ୍ଲେଖରେ ମିଳେ। ତାହା ପ୍ରବଚକ ମାନଙ୍କ ଦ୍ୱାରା ପ୍ରଦତ୍ତ ପୁରୀ ଶ୍ରୀମନ୍ଦିର ଜଗମୋହନ ଶିଖର ପ୍ରଦେଶରେ ଥିବା ହାଣ୍ଡି ଓ ବାଲଟିର ଉପାଖ୍ୟ...