ଲେମ୍ବେଇ ଦଣ୍ଡପାଟ


ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଅତିବଡି ଜଗନ୍ନାଥ ଦାସ ଓଡିଆ ଭାଗବତ ଲେଖିଥିଲେ। ସେଥିରେ ସେ ବୁଦ୍ଧଙ୍କ ଜନ୍ମ କୀକ୍କଟ ନଗରୀରେ ହୋଇଥିବା ଦର୍ଶାଇଛନ୍ତି। 

କୀକ୍କଟ ମହାଭାରତ ସମୟର ଏକ ରାଜ୍ୟ ଥିଲା ଯେଉଁଠି ଧର୍ମ ବିରୋଧୀ ମାନେ ରହୁଥିଲେ। ଅତିବଡିଙ୍କ ଦ୍ବାରା ଏହା ଏକ ଭଦ୍ର ସମ୍ବୋଧନ ଥିଲା। ବାସ୍ତବରେ ତାହା କପିଳବାସ୍ତୁ ଥିଲା। 

କପିଳବାସ୍ତୁ ବୈଦିକ ଋଷି ଅସିତ କେବଳଙ୍କ ଦ୍ବାରା ସୃଷ୍ଟି ସାଂଖ୍ୟ ଦର୍ଶନର ପ୍ରଣେତା କପିଳ ମୁନିଙ୍କ ପୂର୍ବଜଙ୍କ ଭିଟାମାଟି ଥିଲା। (ବାସ୍ତୁ = ଭିଟାମାଟି) 

ତଳେ ପ୍ରଦତ୍ତ ମାଦଳା ପାଞ୍ଜିଙ୍କ ବିବରଣରେ ତଥାକଥିତ ବୁଦ୍ଧଙ୍କ ଜନ୍ମଭୂମି ଲୁମ୍ବିନୀର ଚିତ୍ର ମଧ୍ୟ ସ୍ପଷ୍ଟ ହୁଏ। ବୁଦ୍ଧଙ୍କ ଜନ୍ମ ଲୁମ୍ବିନୀରେ ନୁହେଁ, ଲେମ୍ବେଇ ଦଣ୍ଡପାଟରେ ହୋଇଥିଲା।

ସିଂହଳ ରାଜବଂଶାବଳୀ ମହାବଂଶ ଅନୁସାରେ ବୁଦ୍ଧଙ୍କ ନିର୍ବାଣର ୯୦ ବର୍ଷ ପରେ ମଗଧରେ ରାଜତ୍ୱ କରିଥିବା ହର୍ଯ୍ୟଙ୍କ ବଂଶୀ କଳାଶୋକ ରାଜତ୍ବ କରିଥିଲେ। ତାଙ୍କ କଳିଙ୍ଗ ଆକ୍ରମଣର ବିଭିଷୀକା ପରେ ସୁଦୀର୍ଘ ସମୟ ଧରି ଉପୁଜି ଥିବା ଧାର୍ମିକ ବିଶ୍ୱାସ ବିସ୍ଥାପନର ସଙ୍କଟ ଗଙ୍ଗବଂଶୀ ରାଜରାଜେଶ୍ୱର ଙ୍କ ସମୟ ପର୍ଯ୍ୟନ୍ତ ବି ସମାପ୍ତ ହୋଇ ନ ଥିବା ବିଷୟ ମଧ୍ୟ ମାଦଳାପାଞ୍ଜିଙ୍କ ଉଲ୍ଲେଖରେ ମିଳେ। 

ତାହା ପ୍ରବଚକ ମାନଙ୍କ ଦ୍ୱାରା ପ୍ରଦତ୍ତ ପୁରୀ ଶ୍ରୀମନ୍ଦିର ଜଗମୋହନ ଶିଖର ପ୍ରଦେଶରେ ଥିବା ହାଣ୍ଡି ଓ ବାଲଟିର ଉପାଖ୍ୟାନ ଯାହା ପ୍ରତାପରୁଦ୍ର ଦେବଙ୍କ ସମୟର ୩୦୦ ବର୍ଷ ପୂର୍ବର ଘଟଣା ଅଟେ।


ମାଦଳାପାଞ୍ଜି ଲେଖୁଛନ୍ତି :-  ମଦନ ମହାଦେବ (୧୦୯୩ ଶକାବ୍ଦ - ୧୧୦୮ ଶକାବ୍ଦ। ୨ୟ ପାଞ୍ଜି ଅନୁସାରେ ଏହାଙ୍କ ନାମ ରାଜରାଜେଶ୍ୱର ଅଟେ) ଭୋଗ କଲେ ବ ୧୫। ଏ ରାଜା ସିରାଇ ଦଣ୍ଡପାଟର ସହଜପାରି ଗ୍ରାମ କଟକ କରିଥିଲେ। ଏ ଲେମ୍ବେଇ ଦଣ୍ଡପାଟରେ ଅଛନ୍ତି। କାଳୁପଡା ବିନ୍ଧ୍ୟେଶ୍ୱରୀ ପର୍ବତ ଉପରେ ବିଷ୍ଣୁସ୍ୱାମୀଲିଙ୍ଗ ଏହାଙ୍କ ପଶ୍ଚିମ ଦିଗରେ ସାଆଳ ପର୍ବତ ଓ ପାଆଁରା ପର୍ବତ ଏପାଶେ ବଣିବକ୍ରେଶ୍ୱର ପର୍ବତ, ଯମୁନା ଝାଡପଡା ପର୍ବତ। ପାରଙ୍ଗ ଦଣ୍ଡପାଟେ ଅରାଗଡ ପର୍ବତ, ଧଉଳି ପର୍ବତ, ଏ ସବୁ କନ୍ଦରା ମାନଙ୍କରେ ଚୌରାଅସି ଗୁମ୍ଫାମାନ କରି ସିଦ୍ଧ ବୋଦ୍ଧମାନେ ରହି ଅଛନ୍ତି। ଏମାନେ ସର୍ବଜ୍ଞ। ଏକଦିନକରେ ରାଜାଙ୍କ ରାଣୀମାନେ ବୋଇଲେ ବୌଦ୍ଧମାନଙ୍କୁ ବ୍ରାହ୍ମଣମାନଙ୍କୁ ପରୀକ୍ଷା କର, କିଏ ସର୍ବଜ୍ଞ, କାହାର ବଚନ ପ୍ରମାଣ। ଏଥକୁ କେହି ନ ଜାଣନ୍ତି। ହାଣ୍ଡି ଗୋଟିକେ ସର୍ପ ଗୋଟାଏ ପୁରାଇ ମୁଦାଇ ବୌଦ୍ଧମାନଙ୍କୁ ରାଜା ହକରାଇ ଅଣାଇଁ ଆଗେ ବୌଦ୍ଧ ମାନଙ୍କୁ ପଚାରିଲେ – ଏ ହାଣ୍ଡିରେ କି ଅଛି କହ। ଏଥକୁ ବୌଦ୍ଧମାନେ କହିଲେ, ମହାରାଜ ଏ ହାଣ୍ଡିରେ ସର୍ପ ଗୋଟିଏ ଅଛି। ଏହା ଶୁଣି ରାଯାଙ୍କୁ ତୁନି କରି କହିଲେ ରାଜା ହାରିଲେ। ଏଥକୁ ରାଜା ଲାଜ ପାଇଲେ। ବ୍ରାହ୍ମଣମାନଙ୍କୁ ପଚାରିଲେ। ବ୍ରାହ୍ମଣମାନେ ବିଚାରିଲେ ଏମାନେ ସର୍ବଜ୍ଞ, ଏହାଙ୍କ ବଚନ ମିଥ୍ୟା ନୋହଇ। ଆମ୍ଭେମାନେ କି କହିବା ଏମନ୍ତ ବିଚାରି କହିଲେ ମହାର୍ଜ, ଏ ହାଣ୍ଡିରେ ଭସ୍ମଗୁଡିଏ ଅଛି। ଏମନ୍ତକୁ ରାଜା ହାଣ୍ଡି ଫେଡାଇ ଦେଖିଲାବେଳକୁ ସର୍ପ ନାହିଁ ପାଉଁସଗୁଡାଏ ଅଛି। ଏହା ଦେଖି ରାଜା ରାଣିଙ୍କି ବୋଇଲେ, ବୋଲୁଥିଲ ବୌଦ୍ଧ ବଡ ବୋଲି, ଦେଖ ବ୍ରାହ୍ମନମାନଙ୍କ ବଚନ। ଏମନ୍ତ ବୋଲି ବୌଦ୍ଧମାନଙ୍କ ରାଜା ମୁଣ୍ଡ ଛେଚାଇବା ବେଳକୁ ବୌଦ୍ଧମାନେ ରାଜାଙ୍କୁ ଶାପ୍ୟ ଦେଇ ପର୍ବତ ଗୁମ୍ଫାମାନଙ୍କରୁ ବାହାର ହୋଇ ଅରଣ୍ୟକୁ ଗଲେ।


ଏହାର ବିସ୍ତୃତ ବ୍ୟାଖ୍ୟା ମୋର ଆସନ୍ତା ଆଲେଖ୍ୟ ବୌଦ୍ଧ ଅବତାର ରେ ରହିଛି।

 


Comments

Post a Comment

Popular posts from this blog

କପ୍ଫିଣା ଉପାଖ୍ୟାନ

ନୀଳମତ ପୁରାଣ

ନବକଳେବର