ନବମ ଅବତାର – ନୂତନ ଦୃଷ୍ଟିକୋଣ
ବୁଦ୍ଧ ଭୂମିସ୍ପର୍ଶ ମୁଦ୍ରାରେ। ସୌ: Puri.nic.in ପୁରୁଷୋତ୍ତମ-ଜଗନ୍ନାଥଙ୍କ ନବମ ଅବତାର ସାଂଖ୍ୟଯୋଗୀ ଗୌତମ ବୁଦ୍ଧଙ୍କ ୩୯୬୫ ତମ ଜନ୍ମ ଜୟନ୍ତୀ ଅବସରରେ ଅଶେଷ ଭକ୍ତିପୁଷ୍ପ ଶ୍ରଦ୍ଧାଞ୍ଜଳିଯୁକ୍ତ ପ୍ରଣାମ ସହ ଆରମ୍ବ କରୁଛି ପୁରାଣ ପର୍ଯ୍ୟବେଶିତ ତାଙ୍କ ଜନ୍ମ ଚରିତ। ଅନନ୍ତକାଳରୁ ଶାଳଗ୍ରାମ ପୀଠାସୀନ ପୁରୁଷୋତ୍ତମ ଜଗନ୍ନାଥ ଙ୍କ ପ୍ରତ୍ୟକ୍ଷ ପ୍ରେରଣାର ଉତ୍ସ ରୂପେ ସମସ୍ତ ଜଡ ଓ ଜୀବ ମଧ୍ୟରେ ପରମାତ୍ମାଙ୍କ ନିବାସ ରହିଥିବା ବେଦାନ୍ତ ଦର୍ଶନ ତତ୍ତ୍ବର ପୁରୁଷୋତ୍ତମୀୟ-ଜ୍ଞାନ-ବ୍ୟାଖ୍ୟା (ଅନ୍ତସ୍ଥ ଓ ବ୍ରହ୍ମାଣ୍ଡୀୟ) ଜନିତ ପରାକାଷ୍ଠା ଶ୍ରୀକ୍ଷେତ୍ର-ପୁରୀର ଋଷି ଓ ଜ୍ଞାନୀ ପଣ୍ଡିତ ମାନଙ୍କ ଅନ୍ତସ୍ଥ ଉଦ୍ଭବ ବୈଦିକ ଜ୍ଞାନର ସୈଦ୍ଧାନ୍ତିକ ସତ୍ୟତା ତା’ର ପ୍ରାମାଣିକତା ଦର୍ଶାଇ ଆସିଛି।। ପରମାତ୍ମା ଶ୍ରୀପୁରୁଷୋତ୍ତମ-ଜଗନ୍ନାଥଙ୍କ ଦାରୁବିଗ୍ରହ ପ୍ରତ୍ୟେକ ପ୍ରାଣୀଙ୍କ ଆତ୍ମସାକ୍ଷାତକାରେ ଜ୍ଞାନ ପ୍ରାପ୍ତି ଅବସ୍ଥାକୁ ଦର୍ଶାଇ ଥାଏ। ତାଙ୍କ ରୂପ-ଅବତାରରେ ପ୍ରଥମେ ଭୃଗୁ ଋଷିଙ୍କ କନ୍ୟା ଲକ୍ଷ୍ମୀ (ଶ୍ରୀ)ଙ୍କ ସ୍ୱାମୀ ବିଷ୍ଣୁ ଗଣା ହେଲେ। ମହାନାରାୟଣୀୟ ଉପନିଷଦ ଅନୁସାରେ ଋଷି ନାରାୟଣ ( ପ୍ରାଗଜ୍ୟୋତିଷପୁର ଅସୁର ବଂଶ ହିରଣ୍ୟକଶିପୁ ର ବଦ୍ଧ କରିଥିବା ଭଗବାନ ନୃସିଂହ ) ଙ୍କୁ ବିଷ୍ଣୁ ଓ ଦେବକୀପୁତ୍ର ବାସୁଦେବ କୃଷ୍ଣ ରୂପେ ଉପାସନା କରାଯିବା ଆରମ୍ଭ ହୋଇଥିଲା। ବେଦାଚାର୍ଯ୍ୟ ମାନଙ୍କ ଦ୍ୱାରା ବିଷ୍ଣୁରୂପୀ ଋଗ୍ବେଦୀୟ ...