ନୀଳମତ ପୁରାଣ
ନୀଳମତ ପୁରାଣ
କାଶ୍ମୀର ରାଜବଂଶାବଳୀ
ରାଜତରଙ୍ଗିଣୀର ଲେଖକ କାଲ୍ହନ ପଣ୍ଡିତ (୧୦୫୦ ଶକାବ୍ଦ ଆଖପାଖ) ତାଙ୍କ ଗ୍ରନ୍ଥରେ ନୀଳମତ ପୁରାଣ ବିଷୟ ଉଲ୍ଲେଖ କରୁଛନ୍ତି।
ନୀଳମତ ପୁରାଣ ବୁଦ୍ଧଙ୍କୁ ଜଗଦଗୁରୁ
ରୂପେ ଚିତ୍ରଣ କରି କହୁଛନ୍ତି ଯେ ବୈଶାଖ ମାସର ପୁଷ୍ୟଯୁକ୍ତ ଚନ୍ଦ୍ରମାରେ ବୁଦ୍ଧ ଜନ୍ମ ହେବେ।
ବିଷ୍ଣୁଦୈବୋ ଜଗନ୍ନାଥ ପ୍ରାପ୍ତେ
ବ୍ରହ୍ମନ କଲୌଯୁଗେ,
ଅଷ୍ଟାବିଂଶତିମେ ଭାବୀ
ବୁଦ୍ଧୋ ନାମ ଜଗଦଗୁରୁଃ।
ପୁଷ୍ୟଯୁକ୍ତ
ନିଶାନାଥେ ବୈଶାଖେ ମାସି କାଶ୍ୟପ।।
(ନୀଳମତ ପୁରାଣ, ବୈଶାଖ ଶୁକ୍ଳ ପୁଷ୍ୟଯୋଗେ ବୁଦ୍ଧ ଜନ୍ମମହୋତ୍ସବ, ଶ୍ଳୋକ ୮୦୯-୮୧୦)
ସମ୍ଭବତଃ ନୀଳମତ
ପୁରାଣରେ ଉଲ୍ଲେଖ ବୁଦ୍ଧ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ବୁଦ୍ଧଙ୍କୁ ନବମ ଅବତାର କ୍ରମଣିକାରେ
ଗ୍ରହଣ କରିବାର ପ୍ରଥମ ପ୍ରକ୍ରିୟା ଥିଲା। ସେ ସମୟରେ କାଶ୍ମୀରରେ ଲୋପ ପାଇବାକୁ ଯାଉଥିବା ପାରମ୍ପରିକ ଲୌକିକ ସନାତନ ରୀତିନୀତି ପାଳନକୁ
ପୁନର୍ଅବସ୍ଥାପିତ କରିବା ପାଇଁ ବ୍ରାହ୍ମଣ ଚନ୍ଦ୍ରଦେବଙ୍କ ଦ୍ୱାରା ନାଗ
ସମ୍ପ୍ରଦାୟଙ୍କ ଉତ୍ସାହ କ୍ରମେ ନୀଳମତ ପୁରାଣ ଲେଖା ଯିବା ବିଷୟ
ଐତିହାସିକ ମାନେ ଉଲ୍ଲେଖ କରୁଛନ୍ତି।
ରାଜତରଙ୍ଗିଣୀର ତଥ୍ୟ
ଅନୁସାରେ ନୀଳମତ ପୁରାଣ ୧୮୯୪ ଆନୋ ଲୌକିକ ବର୍ଷରେ (ଖ୍ରୀଷ୍ଟପୂର୍ବ ୧୨୫୭ ମସିହା) ଲେଖା ଯାଇଥିଲା।
କଲେର୍ଗତୈଃ ସାୟକନେତ୍ରବର୍ଷୈଃ ସପ୍ତର୍ଷିବର୍ୟାସ୍ତ୍ରିଦିବମ ପ୍ରୟାତାଃ,
ଲୋକେ ହି ସମ୍ବତ୍ସରପତ୍ରିକାୟାମ ସପ୍ତର୍ଷିମାନମ୍ ପ୍ରବଦନ୍ତି ସନ୍ତଃ। (ରାଜତରଙ୍ଗିଣୀ)
ଆନୋ ଲୌକିକ ବର୍ଷ
କାଶ୍ମୀର ପାଳୁଥିବା ନିଜସ୍ୱ ସମୟ ରେଖା ଅଟେ। ଏହା କଳିଯୁଗର ୨୫ ବର୍ଷ ପରେ ତ୍ରିଦିବ (ଉତ୍ଫୁଲ୍ଲ ନକ୍ଷତ୍ର ଅର୍ଥାତ୍
ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ସପ୍ତର୍ଷିଙ୍କ ଅବସ୍ଥାନ) ସମୟରେ ଆରମ୍ଭ
ହୋଇଥିଲା। ମହାଭାରତ ଅନୁସାରେ କଳିଯୁଗ ଖ୍ରୀଷ୍ଟପୂର୍ବ ୩୧୭୭-୩୧୭୬ ରେ ମଘା ନକ୍ଷତ୍ରରେ ଆରମ୍ଭ
ହୋଇଥିଲା। ତେଣୁ କାଶ୍ମୀର ଲୌକିବ ବର୍ଷର ଆରମ୍ଭ ଖ୍ରୀଷ୍ଟପୂର୍ବ ୩୧୫୧ ମସିହା ଅଟେ। ସେଥିରୁ
୧୮୯୪ ବିୟୋଗ କଲେ ତାହା ଖ୍ରୀଷ୍ଟପୂର୍ବ ୧୨୫୭ ମସିହା ହେବ।
#ଜଗନ୍ନାଥଙ୍କ_୯ମ_ଅବତାର
#ପୁରୁଷୋତ୍ତମୀୟ_ଜ୍ଞାନ
Comments
Post a Comment