Posts

Showing posts from July, 2026

ମହାପ୍ରଭୁ

ପରମପୁରୁଷ (୧) ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ବୟଂ ସନାତନତ୍ବର ପ୍ରତିଷ୍ଠାତା। ସେ ପରଂବ୍ରହ୍ମ ଅଟନ୍ତି। ଐତିହାସିକ, ପୌରାଣିକ ତଥା ବୈଦିକ ସାହିତ୍ୟରେ ଲିପିବଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନତ୍ବ ଓଁକାର ରୂପୀ ସ୍ଥିର, ସ୍ଥବିର, ଅବିଚଳ, ବ୍ୟକ୍ତାବିଭୂତେ ଅବ୍ୟକ୍ତ, ନିରାକାରେ ଆକାର, କ୍ଷଣଭଙ୍ଗୁରେ ଅଭଙ୍ଗ, ଗତିଶୂନ୍ୟେ ତୀବ୍ରଶକ୍ତି, ଅକ୍ରିୟାଶୀଳେ ପ୍ରତିକ୍ରିୟା, ସର୍ବଦୃଷ୍ଟ୍ୱେ ଦାରୁଭୂତ ରୂପୀ ପରାମାତ୍ମା , ଶାଳଗ୍ରାମଙ୍କ ଠାରୁ ମଧ୍ୟ ଅଧିକ ସନାତନ, ମାର୍ତ୍ତଣ୍ଡ (ମୃତ ସୂର୍ଯ୍ୟ, ଅନ୍ଧକାର) ଙ୍କ ଅପର ପାର୍ଶ୍ୱରେ ଅମାର୍ତ୍ତଣ୍ଡ (ଆଲୋକ) ତଥା ତାଙ୍କ ନୟନଯୁଗଳ ଏକା ସମୟରେ ଆବର୍ତ୍ତିତ ( Centripetal) ଓ ନିବର୍ତ୍ତିତ (Centrifugal) ବଳ ଅଟେ।  ପଣ୍ଡିତ ମାନେ କହନ୍ତି, ସମୟକ୍ରମେ ମନୁଷ୍ୟ ମନରେ ମୁହୁର୍ମୁହୁ ଉଠିଥିବା ସଂଶୟର ଦୂରୀକରଣ ନିମନ୍ତେ ଶ୍ରୁତି ସ୍ମୃତିର ଉଦଘୋଷଣା ଦ୍ଵାରା ସ୍ଥାପିତ ବିଶ୍ୱାସର ସମନ୍ୱିତ-ରାଗ ଜନିତ ଧର୍ମ ପାଳନ ଓ ପୂଜନ ପଦ୍ଧତି ହିଁ ଜଗନ୍ନାଥ ସଂସ୍କୃତି ଅଟେ। ତାଙ୍କ ପରଂବ୍ରହ୍ମ ତତ୍ତ୍ୱର ସଜ୍ଞାନ ଓ ସନ୍ଧାନ ଏକ ଶୀର୍ଷ ଆଧ୍ୟାତ୍ମିକ ଅନୁଭୂତି ବିଶ୍ୱାସ ଉପରେ ପର୍ଯ୍ୟବେଶିତ । ଯଦ୍ୟପି ତାହା ତଥାକଥିତ ବିଜ୍ଞାନସମ୍ମତ ଆଧାର ଶୂନ୍ୟ ଅଟେ , ତଥାପି ଆଧ୍ୟାତ୍ମିକି ବିଶ୍ଵାସର ସେହି ଶିଖରରେ ସେ ହିଁ ରହିଥାନ୍ତି ଯେଉଁଠି ସ୍ପର୍ଶ, ସୁଗନ୍ଧ, ଶ୍ରବଣ, ଦୃଷ୍ଟି, ଶବ୍ଦ, ଅନ୍ଧାର, ଆଲୁଅ ଠାର...