ମହାପ୍ରଭୁ

ପରମପୁରୁଷ

(୧)
ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ବୟଂ ସନାତନତ୍ବର ପ୍ରତିଷ୍ଠାତା। ସେ ପରଂବ୍ରହ୍ମ ଅଟନ୍ତି। ଐତିହାସିକ, ପୌରାଣିକ ତଥା ବୈଦିକ ସାହିତ୍ୟରେ ଲିପିବଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନତ୍ବ ଓଁକାର ରୂପୀ ସ୍ଥିର, ସ୍ଥବିର, ଅବିଚଳ, ବ୍ୟକ୍ତାବିଭୂତେ ଅବ୍ୟକ୍ତ, ନିରାକାରେ ଆକାର, କ୍ଷଣଭଙ୍ଗୁରେ ଅଭଙ୍ଗ, ଗତିଶୂନ୍ୟେ ତୀବ୍ରଶକ୍ତି, ଅକ୍ରିୟାଶୀଳେ ପ୍ରତିକ୍ରିୟା, ସର୍ବଦୃଷ୍ଟ୍ୱେ ଦାରୁଭୂତ ରୂପୀ ପରାମାତ୍ମା, ଶାଳଗ୍ରାମଙ୍କ ଠାରୁ ମଧ୍ୟ ଅଧିକ ସନାତନ, ମାର୍ତ୍ତଣ୍ଡ (ମୃତ ସୂର୍ଯ୍ୟ, ଅନ୍ଧକାର) ଙ୍କ ଅପର ପାର୍ଶ୍ୱରେ ଅମାର୍ତ୍ତଣ୍ଡ (ଆଲୋକ) ତଥା ତାଙ୍କ ନୟନଯୁଗଳ ଏକା ସମୟରେ ଆବର୍ତ୍ତିତ (Centripetal) ଓ ନିବର୍ତ୍ତିତ (Centrifugal) ବଳ ଅଟେ। 

ପଣ୍ଡିତ ମାନେ ବିଶ୍ବାସ କରନ୍ତି, ସମୟକ୍ରମେ ମନୁଷ୍ୟ ମନରେ ମୁହୁର୍ମୁହୁ ଉଠିଥିବା ସଂଶୟର ଦୂରୀକରଣ ନିମନ୍ତେ ଶ୍ରୁତି ସ୍ମୃତିର ଉଦଘୋଷଣା ଦ୍ଵାରା ଅନ୍ତର୍ନିହିତ ବିଶ୍ୱାସର ସମନ୍ୱିତ-ରାଗରେ ଧର୍ମ ପାଳନ ଓ ପୂଜନ ପଦ୍ଧତି ହିଁ ଜଗନ୍ନାଥ ସଂସ୍କୃତି ଅଟେ। ତାଙ୍କ ପରଂବ୍ରହ୍ମ ତତ୍ତ୍ୱର ସଜ୍ଞାନ ଓ ସନ୍ଧାନ ଏକ ଶୀର୍ଷ ଆଧ୍ୟାତ୍ମିକ ଅନୁଭୂତି ବିଶ୍ୱାସ ଉପରେ ପର୍ଯ୍ୟବେଶିତ। ଯଦ୍ୟପି ତାହା ତଥାକଥିତ ବିଜ୍ଞାନସମ୍ମତ ଆଧାର ଶୂନ୍ୟ ଅଟେ, ତଥାପି ଆଧ୍ୟାତ୍ମିକି ବିଶ୍ଵାସର ସେହି ଶିଖରରେ ସେ ହିଁ ରହିଥାନ୍ତି ଯେଉଁଠି ସ୍ପର୍ଶ, ସୁଗନ୍ଧ, ଶ୍ରବଣ, ଦୃଷ୍ଟି, ଶବ୍ଦ, ଅନ୍ଧାର, ଆଲୁଅ ଠାରୁ ଉର୍ଦ୍ଧ୍ଵରେ କୌଣସି ତର୍କ, ଶାସ୍ତ୍ର, ଜ୍ଞାନ, ବିଜ୍ଞାନ କାମ କରିବା ବନ୍ଦ କରିଦିଏ; ସରଳ ବିଶ୍ୱାସ କାମ କରି ସର୍ବତ୍ର ଜଗନ୍ନାଥମୟ ହୋଇଯାଏ।

ସେ ଅତୀତରେ ବିଦ୍ୟମାନ ଓ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ସୃଷ୍ଟି ତତ୍ତ୍ବର ସାର, ଲିଙ୍ଗ ଭେଦରୁ ଉର୍ଦ୍ଧ୍ବରେ ପରମପୁରୁଷ (ଅକ୍ଷର ପୁରୁଷ) ଅଟନ୍ତି, ଯାହାଙ୍କ ସନ୍ଦର୍ଭରେ ସନାତନ ଧର୍ମର ସର୍ବ ପ୍ରାଚୀନ ଗ୍ରନ୍ଥ ଋଗବେଦ କହୁଛନ୍ତି -

ପୁରୁଷ ଏବେଦଂ ସର୍ବଂ ୟଦ୍ଭୂତଂ ଯାଂଚ ଭବ୍ୟମ୍।
ଉତାମୃତତ୍ବସ୍ୟେଶାନୋ ୟଦନ୍ନେନାତିରୋହତି।।
(ଋଗ ବେଦ - ପୁରୁଷସୁକ୍ତ ୧୦.୯.୨)

ସୃଷ୍ଟିର ପ୍ରତ୍ୟେକ ପଦାର୍ଥ ସୂକ୍ଷ୍ମତନ୍ତୁ ପରମାତ୍ମା (ଅକ୍ଷର ପୁରୁଷ) ଙ୍କ ଦ୍ୱାରା ବୁଣା ଯାଇଛି ଯାହାଙ୍କର ଖାଦ୍ୟ (ସମର୍ପିତେ ଉଦରସ୍ଥ କରିଥିବା ଅମରତ୍ୱର ସାର) ହୋଇ ଜଣେ ଏହି ସମ୍ପୂର୍ଣ୍ଣ ବିଶ୍ୱଜଗତକୁ ଅତିକ୍ରମ କରି ଅମର ହୋଇଥାଏ।
ପୁରୁଷ ତତ୍ତ୍ବକୁ ଅନୁଭବ କରି ଶ୍ରୀ ଚୈତନ୍ୟ ଦେବ ସ୍ବୟଂକୁ ତାଙ୍କ ସମ୍ମୁଖରେ ରାଧାରାଣୀ, କୃଷ୍ଣଙ୍କ ପ୍ରିୟ ସଖୀ, ରୂପେ ଉପସ୍ଥାପିତ କରୁଥିଲେ। (17-7-26)

‍(୨)
ଅଜନ୍ମା ମହାପ୍ରଭୁଙ୍କ ନବ କଳେବର

ପରମ ପୁରୁଷ ଅଜନ୍ମା ଅଟନ୍ତି। ଅର୍ଥାତ୍ ସେ ମାତୃ ଗର୍ଭରୁ  ପୃଥିବୀ ପୃଷ୍ଠକୁ ଆସି ନାହାଁନ୍ତି। ଅଥଚ ପ୍ରତି 19 ବର୍ଷ ପରେ ଆଷାଢ ଅଧିକ ମାସ ସମୟରେ ତାଙ୍କର ନବ କଳେବର ପରେ ପୁରୁଣା କଳେବରକୁ ମନ୍ଦିର ମଧ୍ୟସ୍ଥ କୋଇଲି ବୈକୁଣ୍ଠରେ ସମାଧିସ୍ଥ କରାଯାଏ। 

ଶ୍ରୀମଦ ଭଗବତ ଗୀତା ଜନ୍ମମୃତ୍ୟୁ ଚକ୍ରରେ ଜରାଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣକୁ ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବା ମାଧ୍ୟମରେ ବୁଝାଇବା ସଦୃଶ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସାଧାରଣ ପ୍ରାଣୀଙ୍କ ଜନ୍ମମୃତ୍ୟୁ ଜନିତ ଶରୀର ତ୍ୟାଗ ଓ ନୂତନ ଶରୀରରେ ପ୍ରାଣ ନେଇ ଜନ୍ମ ହେବା ନୀତି ଭଳି ତାଙ୍କ  ବିଗ୍ରହର ନବ କଳେବର ଭଳି ଏକ ବିଚିତ୍ର ସାଂସ୍କୃତିକ ପରମ୍ପରା।ର ସୃଷ୍ଟି ସେ ସ୍ବୟଂ କରାଇଥାନ୍ତି। ଚନ୍ଦ୍ର ଓ ସୌର ତିଥିର ସମନ୍ବୟ ସମ୍ବନ୍ଧୀୟ କାଳ ଗଣନାରେ ଅଧିକା ଆଷାଢ ମାସ ପଡୁଥିବା ବର୍ଷରେ ଏହାକୁ ବଡଦାଣ୍ଡରେ  ପତିତ ଜନ ସାଧାରଣଙ୍କୁ ଦର୍ଶନ ଦେବା ନିମନ୍ତେ ରଥରେ ଅଧିଷ୍ଠାନ ପୂର୍ବରୁ ସମାହିତ କରାଯାଏ। ଯୋଡା ଆଷାଢ ପଡିବା ବର୍ଷକୁ ପାଞ୍ଜିକାର ମାନେ ସ୍ଥିର ନିର୍ଦ୍ଧାରିତ କରିଥାନ୍ତି। ସେହି ଆଷାଢର ପ୍ରଥମ କୃଷ୍ଣପକ୍ଷ, ପ୍ରଥମ ଶୁକ୍ଳପକ୍ଷ, ଦ୍ୱିତୀୟ କୃଷ୍ଣପକ୍ଷର ୪୫ ଟି ତିଥି ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପାଦିତ କରାଯାଏ। ଦ୍ୱିତୀୟ ଆଷାଢ ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ନବଯୌବନ ବେଶ ହୁଏ। ତା ପରଦିନ ରଥରେ ମହାପ୍ରଭୁ ଜନସାଧାରଣଙ୍କ ଗହଣକୁ ଆସନ୍ତି। ଶେଷଥର ପାଇଁ ଏହା ୨୦୧୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା।

ଏହା ସୣଷ୍ଟି ତତ୍ତ୍ବକୁ 5 ଖଣ୍ଡ ଭୂଜପତ୍ରରେ ଦର୍ପଣ ଲିପିରେ ଲିପିବଦ୍ଧ ଜଗତଜନନୀ ମା ବିରିଜାଇ ଓ ମହାପ୍ରଭୁଙ୍କ ସମ୍ବନ୍ଧୀୟ କିମ୍ବଦନ୍ତୀକୁ ବାଣପୁର ନିକଟସ୍ଥ ନୀଳାଦ୍ରୀ ପ୍ରସାଦ ଗ୍ରାମ {ବଙ୍କଡାଗଡ, ଶୈଳଦେ। ଭବପ୍ରାକ୍ତନଙ୍କ ସମୟରେ କଙ୍ଗେ। ଦ ରାଜ୍ୟର ରାଜଧାନୀ) ସନ୍ନିକଟ ଝିରିପାଦ ଗ୍ରାମରେ ଅବସ୍ଥିତ ମା ବିରିଜାଇ ମନ୍ଦିରର ପୂଜକ ଆଦୂନୀ ଜାନୀ ଙ୍କ ଦ୍ବାରା ସଦାଶିବ ରଥଶର୍ମାଙ୍କୁ ଦେଇଥିବା ବିବରଣୀ ମାଧ୍ୟମରେ ସ୍ପଷ୍ଟ ରୂପେ ଜାଣି ହେବ।

"ଯେତେବେଳେ ସମ୍ପୂର୍ଣ୍ଣ ଜଗତ ମହାପ୍ରଳୟ ଜଳରେ ବୁଡିଯାଏ, କେବଳ ମହାପ୍ରଭୁ ଓ ବିରିଜାଈ ଠାକୁରାଣୀ କେବଳ ପୣଥ୍ବୀପୣଷ୍ଠରେ ଥାଆନ୍ତି। ଜାନୀଙ୍କର ପୂଜନରେ ସନ୍ତୁଷ୍ଟ ହେ। ଇ ଦେବୀ ବିରିଜାଈ 5ଟି ସନ୍ତାନକୁ ଜନ୍ମ ଦିଅନ୍ତି। ସେମାନେ ହେଲେ ଶବର, ଘୗର, ସାନ୍ତାଳ, କିରାତେ। ଓ ଜାନୀ। ମହାପ୍ରଭଙଜଳଙ୍କୁ  ସନ୍ତୁଷ୍ଟ କରିବା ନିମନ୍ତେ ଜାନୀ ବର୍ଷା ଓ ଅଗ୍ନି ମଧ୍ୟରେ 12 ବର୍ଷ ତପସ୍ୟା କରନ୍ତି। ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହେ।ଇ ମହାପ୍ରଭୁ ଗେ।ଟିଏ ନିମ୍ବ -ଅରଣ୍ୟ ବୣକ୍ଷରେ ଆବିର୍ଭାବ ହୁଅନ୍ତି। ଜାନୀ ବୣକ୍ଷ ଉପାସନା ଆରମ୍ଭ କରନ୍ତି। ଜାନୀଙ୍କ ମୣତ୍ୟୁ ପରେ ମହାପ୍ରଭୁ ମଧ୍ୟ ତାଙ୍କ ଶରୀର ତ୍ୟାଗ କରି ଦିଅନ୍ତି। ମା ବିରିଜାଈଙ୍କ କୣପାରୁ ପୁଣି ଥରେ ତାଙ୍କୁ ଲୁଗା ଓ ବଳି ଦେଲେ ସେ ନିମ୍ବ ବୣକ୍ଷରେ ପୁନର୍ଆବିଭୂତ ହୁଅନ୍ତି। ମହାପ୍ରଭୁ ଓ ଜାନୀ ପରସ୍ପରକୁ ଜନ୍ମ ଦିଅନ୍ତି। ଧୀରେ ଧୀରେ ଜାନୀ ମାନେ ବ୍ରାହ୍ମଣ ମାନଙ୍କ କାର୍ଯ୍ୟଶୈଳୀ ଆପଣେଇ ନେଲେ। (ସୗଜନ୍ୟ - ନବ କଳେବର - ଶବର ଆଦର୍ଶ, ଓଡିଆ ଉତ୍କଳ ପ୍ରସଙ୍ଗ, Vol-XXV, July 1969)

ଉପର ବର୍ଣ୍ଣିତ କିମ୍ବଦନ୍ତୀ ସୃଷ୍ଟି ତତ୍ତ୍ବ ଅଟେ। ଯାହାକୁ ବୁଝାଇବାକୁ ଯାଇ ସ୍ବାମୀ ବିବେକାନନ୍ଦ କହନ୍ତି - ପ୍ରକୃତି ସହ ବ୍ରହ୍ମାଣ୍ଡ ଓ ଆତ୍ମନର ଅଭିବୃଦ୍ଧି ଏକ ଶ୍ରେଷ୍ଠ ଶସ୍ୟବୀଜ ଭଳି ହୋଇଥାଏ ଯେଉଁଥିରୁ ଆୟ ହିଁ ଆୟ ହୋଇଥାଏ ତଥା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଉପସ୍ଥିତ ରହିଥାନ୍ତି ଏବଂ ପୁଣି ମୂଳ ଶ୍ରେଷ୍ଠ ଅବସ୍ଥା (ବ୍ୟାପକ ପରିସର) କୁ ଫେରି ଯାଇଥାନ୍ତି।ଏହି ସାକ୍ଷାତକାରର ଶେଷ ଧାଡି "ମହାପ୍ରଭୁ ଓ ଜାନୀ ପରସ୍ପରକୁ ଜନ୍ମ ଦିଅନ୍ତି।" ମହତ୍ତ୍ବପୂର୍ଣ୍ଣ  ଅଟେ। ଏହା ସ୍ପଷ୍ଟ ରୂପେ ଜାନୀ ମାନଙ୍କ ବଂଶଜ ଦଇତାପତି ସେବକ ମାନଙ୍କ ଦ୍ବାରା ମହାପ୍ରଭୁଙ୍କ ନବ କଳେବର ଓ ଭାଗବତରେ ଲିପିବଦ୍ଧ ମହାପ୍ରଳୟ ପରେ ମହାପ୍ରଭୁଙ୍କ ବରଦାନ ଦ୍ବାରା ମାର୍କଣ୍ଡ ମୁନି ଦର୍ଶନ କରିଥିବା ବଟପତ୍ରରେ ଶାୟିତ ଭାସମାନ ନୂତନ ଶିଶୁ ଦିଗେ ଦର୍ଶାଉଛି।

ଏହା ବିରିଜାଈ ଠାକୁରାଣୀଙ୍କ କୃପାରୁ ହେଉଥିବା ସ୍ଥାନୀୟ ଅଧିବାସୀ ମାନେ ବିଶ୍ୱାସ କରନ୍ତି। ସାଧକ ମାନେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ଅଂଶ ରୂପେ ସିଂହବାହିନୀ ବିରିଜାଈଙ୍କୁ ମନରେ ନେଇଥାନ୍ତି। ଚୈତ୍ରମାସରେ ସୋମବଂଶର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ରଥଯାତ୍ରା ସମୟରେ ଶୈଳୋଦ୍ଭବ-ବଂଶର ଅଧିଷ୍ଠାତ୍ରୀ ବାଣପୁର ଦେବୀ ଭଗବତୀଙ୍କ ଖୁଆଡରେ ଧ୍ୱଜଯାତ୍ରା  ଦେବୀ ବିରଜା, ଦେବୀ ଭଗବତୀ ଓ ପ୍ରାଚୀନ ଶବର-ବଂଶର ଅଧିଷ୍ଠାତ୍ରୀ ଦେବୀ ବିରିଜାଈ ମଧ୍ୟର ଅଦୃଶ୍ୟ ସମ୍ବନ୍ଧର ସୂଚନା ଦିଏ।   

ଏହି କିମ୍ବଦନ୍ତୀ ଆଧାରରେ ସମ୍ଭବତଃ ପୁରୁଷୋତ୍ତମଙ୍କ ଉପାସିତ ବିଗ୍ରହଙ୍କ ରୂପ ସାମଗ୍ରୀରେ ନିମ୍ବ ବୃକ୍ଷର ଉପଯୋଗ ସୋମବଂଶୀ ରାଜା ଭୋଜଦେବଙ୍କ ସମୟରେ ହୋଇଥିବା ସମ୍ଭାବନା ରହିଛି। ମାଦଳାପାଞି ରେ ବର୍ଣ୍ଣିତ "ଏହାଙ୍କ (ଭୋଜଦେବଙ୍କ) ସମୟରେ କାଠ କଟାଇ ନାବ ଭିଆଇଲେ" ଅର୍ଥାତ, ନୀଳାଦ୍ରିବିଜୟ ଅରଣ୍ୟରୁ ନିମ୍ବ  କାଠ କଟାଇ ସାଳିଆ ନଦୀ ଓ ସମୁଦ୍ର ରାସ୍ତାରେ ନାଆରେ ପୁରୀକୁ ଅଣାଇ ନିମ୍ବବୃକ୍ଷ କାଷ୍ଠରେ ନିର୍ମିତ ପୁରୁଷୋତ୍ତମଙ୍କ ବିଗ୍ରହ ପ୍ରତିଷ୍ଠା  ଏହି ସମୟରେ ହୋଇଥିବା ଦିଗକୁ ନିର୍ଦ୍ଦେଶ କରେ। 

ମାଦଳାପାଞିଙ୍କ ଅନୁସାରେ ତତ୍କାଳୀନ ସମୟ ସୁଦ୍ଧା ସମୁଦ୍ର ମାଡି ଆସି  (ସୁନାମୀ ଆସିବା) ନ ଥିଲା। ତେଣୁ ଚିଲିକା  ହ୍ରଦ ମଧ୍ୟ ସୃଷ୍ଟି ହୋଇ ନ ଥିଲା।

ପତି ଓ ଦଇତା ସେବକ ମାନଙ୍କ ଦ୍ବାରା ଅନ୍ଧାରୁଆ 
ପ୍ରକେ।ଷ୍ଠରେ  ହେଉଥିବା ଏହି ନବ କଳେବର ଐତିହାସିକ ସମ୍ପନ୍ନ ଅଟେ ଯାହା ମାଦଳାପାଞିରେ 2 ଥର ଉଲ୍ଲେଖ କରା ଯାଇଛି। ପ୍ରଥମରେ ଯଜାତି କେଶରୀଙ୍କ 13 ଅଙ୍କରେ ଏବଂ ଦ୍ବିତୀୟରେ ରାମଚନ୍ଦ୍ର ଦେବଙ୍କ 11 ଅଙ୍କରେ ତାଟି  (ଅନ୍ଧାରୁଆ ପ୍ରକେ।ଷ୍ଠ) ମଧ୍ୟରେ ବ୍ରହ୍ମ ପଦାର୍ଥ ବଦଳା ଯାଇଥିବା ଉଲ୍ଲେଖ ରହିଛି।

ଜଡ ଓ ଜୀବ, ସମସ୍ତଙ୍କ ମଧ୍ୟରେ ଥିବା ପ୍ରାଣଶକ୍ତି ରୂପକ ସୂକ୍ଷ୍ମାତ୍ମା ଅଟନ୍ତି। ତାଙ୍କ ଭିତରେ ବିଶ୍ୱ ବ୍ରହ୍ମାଣ୍ଡ ବିରାଜିତ। ସେ ହିଁ ସ୍ରଷ୍ଟା, ପାଳକ ଓ ସଂହାରକ ଅଟନ୍ତି। ଆତ୍ମରୂପୀ ଜଡ, ଜୀବ, ଅଣୁ, ପରମାଣୁ, ନିୟୁଟ୍ରନ, ପ୍ରେ।ଟନ ଓ ଇଲେକଟ୍ରେ।ନ ଏବଂ ଯାହା ପରେ ବୈଜ୍ଞାନିକ ମାନେ ସୁଇଜରଲାଣ୍ଡର ଏକ ଭୂମିତଳ ଟନେଲ ମଧ୍ୟରେ ଗବେଷଣା ବେଳେ ଚିତ୍କାର କଲେ ଯେ ଆମେ ଈଶ୍ବର -ତତ୍ତ୍ବର ସନ୍ଧାନ ପାଇ ଯାଇଛୁ; କିନ୍ତୁ ତା ପରେ ସେମାନେ ହୣଦୟଙ୍ଗମ କଲେ ଯେ ଯେଉଁ ତତ୍ତ୍ୱ ର ସନ୍ଧାନ ସେମାନେ ପାଇଛନ୍ତି, ତାକୁ ବି ଅନ୍ୟ ଏକ ଶକ୍ତି ନିୟନ୍ତ୍ରିତ କରୁଛି; ସେଠାରେ ଈଶ୍ବର ତତ୍ତ୍ୱ ଅନୁସନ୍ଧାନ ର ପୂର୍ଣ୍ଣଛେଦ ପଡିଥିଲା, ସେ ସମସ୍ତଙ୍କ ମଧ୍ୟରେ ବିରାଜିତ ପରମାତ୍ମା ଅଟନ୍ତି। ସ୍ପଷ୍ଟ ରୂପେ ମହାପ୍ରଭୁ ପରଂବ୍ରହ୍ମ ଅଟନ୍ତି। 

ବ୍ରହ୍ମ ପଦାର୍ଥ କଣ, ତାଙ୍କୁ ବ୍ରହ୍ମଦାରୁ କାହିଁକି କହନ୍ତି, ଏହା 
ମାଧ୍ୟମରେ ସୃଷ୍ଟି ମହାପ୍ରଭୁଙ୍କ ପୂଜନ ପଦ୍ଧତିର ପ୍ରାରମ୍ଭ 
ବିଷୟରେ ବର୍ଣ୍ଣନା ବିସ୍ତୃତ ରୂପେ ଆଗରେ ରହିଛି।    

(୩)
ବ୍ରହ୍ମଦାରୁ

ମୂର୍ତ୍ତି -ପୂଜାରେ ଓତୋଃପ୍ରେ।ତ ରୂପେ ଜଡିତ ଭାରତ ବର୍ଷର ଦୣଢନିଷ୍ଠ ସନାତନୀ ମାନେ କେବଳ ଦ୍ବିଭୂଜ ଚତୁର୍ଭୂଜ ମୂର୍ତ୍ତିର ପୂଜକ ନାହଁ।ନ୍ତି, ବରଂ ସୣଷ୍ଟି ତତ୍ତ୍ୱକୁ ପରେ।କ୍ଷ ରୂପେ ଦର୍ଶାଇ ଥିବା ଯେ।ନି, ଲିଙ୍ଗ ଓ ଶୂନ୍ୟ ପୂଜାର ପ୍ରଖର ଅନୁଧାବକ ଅଟନ୍ତି।

ମହାପ୍ରଭୁଙ୍କ ଦାରୁବ୍ରହ୍ମ ସ୍ବରୂପର ପୂଜନ ସନାତନ ସଂସ୍କୃତିରେ ପୂଜନ ପଦ୍ଧତିର ଅନେକ ସ୍ତର ପରେ ଆତ୍ମପ୍ରକାଶ କରିଥିଲା 
ଶାରଳା  ମହାଭାରତ, ନୀଳଶୈଳର ପୂର୍ବ ଉପାଖ୍ୟାନ, ଅନୁସାରେ ତାହା ଜରା ଶବରଙ୍କ ତୀରରେ ମୣତ୍ୟୁ ବରଣ କରିଥିବା ବାସୁଦେବ କୣଷୣଙ୍କର ଅର୍ଦ୍ଧଦଗ୍ଧ ହୣତପିଣ୍ଡ ଥିଲା। ହରିଣୀର କର୍ଣ୍ଣ ମଣି ତୀର ମାରିଲା ପରେ ଜରା ଶବର ଯେତେବେଳେ ହୃଦବୋଧ କଲେ ଯେ ସେ ଜଣେ ଦେବ ପୁରୁଷଙ୍କ ହତ୍ୟା କରି ଦେଇଛନ୍ତି, ହାତ ଯେ।ଡି ପ୍ରାର୍ଥନା କଲେ। ତାଙ୍କୁ ସାନ୍ତ୍ୱନା ଦେଇ ଦେବକୀପୁତ୍ର ବାସୁଦେବ କୃଷ୍ଣ ତାଙ୍କ ବନ୍ଧୁ ଫାଲଗୁନି ଅର୍ଜୁନଙ୍କୁ ଡାକି ଆଣି ତାଙ୍କର ଶେଷ ସଂସ୍କାର କରିବାକୁ ପରାମର୍ଶ ଦେଇ ଦେହ ତ୍ୟାଗ କରିଦେଲେ।

ଜରା ଶବର ଓ ଫାଲଗୁନି ଅର୍ଜୁନ ତାଙ୍କର ଶେଷ ସଂସ୍କାର ଚନ୍ଦନ ଓ ଅଗରୁ କାଠରେ କଲେ। କେବଳ ହୣତପିଣ୍ଡକୁ ଛାଡି ପୁରା ଶରୀର ଭସ୍ମୀଭୂତ ହେ।ଇଗଲା। ତାକୁ ମହେଦଧୀରେ ବିସର୍ଜିତ ପୂର୍ବକ ଯେ ଯାହା ଘରକୁ ଫେରିଗଲେ। ସେହି ହୣତପିଣ୍ଡ ବିସର୍ଜିତ ନ ହୋଇ ପାରି ବାରମ୍ବାର କୂଳରେ  ଆସି ଭାସିଲା ବିସର୍ଜିତ ନ ହେଉଥିବା 
ପିଣ୍ଡକୁ ଈଶ୍ବର ପ୍ରଦତ୍ତ ପଦାର୍ଥ ମନେ କରି ଜରା ଶବର ସେହି  ଜଡ ପଦାର୍ଥକୁ ତାଙ୍କ ଘରକୁ ନେଇ ପୂଜା କରିବା ଆରମ୍ଭ କଲେ। ମହାପ୍ରଭୁଙ୍କ ପୂଜନ ପଦ୍ଧତିର ଏହା ପ୍ରାରମ୍ଭିକ ଅବସ୍ଥା ଥିଲା। 

ଗଜପତି କପିଳେନ୍ଦ୍ର ଦେବ ‌(୭୬୫-୮୦୫‌ ଖ୍ରୀଷ୍ଟାବ୍ଦ) ଙ୍କ ସମୟରେ ଲେଖା ଯାଇଥିବ। ଶାରଳା ମହାଭାରତର ଅନେକ ସହସ୍ର ବର୍ଷ ପୂର୍ବରୁ ସୂର୍ଯ୍ୟ ଓ ଶୂନ୍ୟ ଉପାସନରେ ଜଡିତ ଶବର (ସୌର) ମାନଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରଥମ ଜଡ ପଦାର୍ଥ ପୂଜନ ବ୍ୟବସ୍ଥାରେ ବ୍ୟବହୃତ ଈଶ୍ବରୀୟ ପଦାର୍ଥକୁ ମହୋଦଧୀରେ ଭାସୁଥିବା ବ୍ରହ୍ମ-ଦାରୁ ରୂପେ ଘୋଷଣା କରି ଋଗ ବୈଦିକ ଋଷି ଶ୍ରୀମ୍ବିତ ଭାରଦ୍ବାଜ ବର୍ଣ୍ଣନା କରିଥିଲେ (ଅଦୋ ୟଦାରୂ ପ୍ଳବଂତେ ସିନ୍ଧୋଂ: ପାରେ ଅଂପୁରୁଷମ୍। ତଦା ରଂଭସ୍ୟ ଦୁର୍ହଣୋ ତେନଂ ଗଛ ପରସ୍ପରମ୍।। ॥ Rig Veda 10.155.3) 

ସଂସ୍କୃତ ଶବ୍ଦ ଦାରୂକୁ ସାୟନାଚାର୍ଯ୍ୟ (୬୭୦-୭୬୦ ଖ୍ରୀଷ୍ଟାବ୍ଦ) ତାଙ୍କ ଋଗବେଦ ଭାଷ୍ୟରେ ସମସ୍ତ ସୃଷ୍ଟିର ରଚୟିତା ପୁରୁଷୋତ୍ତମ ଭଗବାନଙ୍କ ଶରୀର ରୂପେ ଚିହ୍ନଟ କରିଛନ୍ତି।

ଶାରଳା ମହାଭାରତ ଅନୁସାରେ, ଜରା ଶବରଙ୍କ ବାଣରେ ନିହତ ବାସୁଦେବ କୃଷ୍ଣଙ୍କ ମର ଶରୀର ହୃତପିଣ୍ଡ ବ୍ୟତୀତ ଦଗ୍ଧୀଭୂତ ହୋଇଥିଲା। ତାକୁ ବାରମ୍ବାର ସମୁଦ୍ରରେ ବିସର୍ଜନ କରିଥିଲେ ସୁଦ୍ଧା ସେ କୂଳକୁ ଫେରି ଆସିଥିଲା। ତାକୁ ଘରକୁ ଆଣି ଜରା ଶବରଙ୍କ ପରିବାର ପୂଜନ ବ୍ୟବସ୍ଥା କରିଥିଲେ। ତାହା ଋଗବେଦର ଦାରୂ ଥିଲା। ଶାକଲ୍ୟ ଦ୍ବୀପର ସେ।ମବଂଶୀ ଇନ୍ଦ୍ରଦ୍ୟୁମ୍ନଙ୍କ ଦୂତ ବ୍ରାହ୍ମଣ ବସୁକରଙ୍କ ଦୣଷ୍ଟିଭୂତ ହେବା ପର୍ଯ୍ୟନ୍ତ ଜରା ଶବରଙ୍କ ପରିବାରଙ୍କ ଦ୍ବାରା 65 ବର୍ଷ କାଳ ପୂଜା ପାଇ ସାରିଥିଲା।

ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ସେହି ସମ୍ବାଦ ପାଇ ଦର୍ଶନ ପାଇଁ ଆସିଲେ, ଦାରୂ ଅନ୍ତର୍ଦ୍ଧାନ ହୋଇ ଯାଇଥିବା ଶାରଳା ମହାଭାରତ ଲେଖୁଛନ୍ତି। ତାହା ହିଁ ବ୍ରହ୍ମ ପଦାର୍ଥ ଥିଲା ଯାହାଙ୍କୁ 
ତାଙ୍କ ଦ୍ବାରା ପ୍ରତିଷ୍ଠିତ ଶବରୀ ନାରାୟଣଙ୍କ ବିଗ୍ରହ ଭିତରେ ପୂଜନ ପଦ୍ଧତିରେ ପରିବର୍ତ୍ତନ ଆଣିବା ନିମନ୍ତେ ଲୁଚାଇ ରଖା ଯାଇଥିଲା।

ଏଥିରୁ ଏହା ସ୍ପଷ୍ଟ ହୁଏ ଯେ ଶାରଳା ମହାଭାରତରେ ଲିଖିତ ଗୋଟିଏ ଗୋଟିଏ ଶବ୍ଦ ବେଦ ଆଧାରିତ ଅଟେ। ଜରା ଶବର, ଫାଲଗୁନି ଅର୍ଜୁନ, ବାସୁଦେବ କୃଷ୍ଣ, ସମସ୍ତେ ଋଗବେଦ କାଳୀନ ଥିଲେ। ଦେବକୀ ପୁତ୍ର. ବାସୁଦେବ କୃଷ୍ଣଙ୍କ ନିଧନ ଜରା ଶବରଙ୍କ ବାଣରେ ମଧୁପୁର (ପୁରୀ) ହୋଇଥିବା, ତଥ। ତାଙ୍କ ଅର୍ଦ୍ଧ ଦଗ୍ଧ ହୃତପିଣ୍ତର ପୂଜନ ମାଧ୍ୟମରେ ବ୍ରହ୍ମ ରୂପେ ପ୍ରଥମ ଜୀବନ-ହୀନ ପଦାର୍ଥର ପୂଜା ଜରା ଶବର ଆରମ୍ଭ କରିଥିବା ଶାରଳା ମହାଭାରତ ମାଧ୍ୟମରେ ସ୍ପଷ୍ଟ ହୁଏ। ଏହାର  ପୁଷ୍ଟିକରଣ ଶ୍ରୀ ବେଦ ବୀର ଆର୍ଯ୍ୟଙ୍କ ପୁସ୍ତକ ଶୃଙ୍ଖଳା The Chronology of India ମଧ୍ୟ କରିଛି।

(4) ଦେବକୀ ପୁତ୍ର. ବାସୁଦେବ କୃଷ୍ଣ

ମହାଭାରତରେ କୃଷ୍ଣଙ୍କ ଭିନ୍ନ ଭିନ୍ନ ସ୍ଥାନରେ ମୃତ୍ୟୁ ବର୍ଣ୍ଣନା  କରା ଯାଇଥିବା ବେଳେ ଭାଗବତରେ ମଥୁରା କାରାଗାର ରେ ଜନ୍ମ, ପୁତନା ତଥା କଂସ ମରଣ ଓ ମଥୁରାରୁ ଦ୍ବାରକା ରାଜଧାନୀ ପରିବର୍ତ୍ତନ କରିବା ଆଦି ଘଟଣାମାନ ରହିଛି।

ହରିବଂଶକୁ ଉଦ୍ଧୃତ କରି ଭାରତୀୟ ଇତିହାସରେ ୨ ଜଣ କୃଷ୍ଣଙ୍କ ଆବିର୍ଭାବ ହୋଇଥିବା ବିଷୟ ସେ ଦର୍ଶାଇଛନ୍ତି। ଋଗବେଦ ପରବର୍ତ୍ତୀ ସମୟ ଋଗବେବୀୟ ଋଷି ଘୋର ଅଙ୍ଗୀରସଙ୍କ ଶିଷ୍ୟ ବୃଷ୍ଣି ବଂଶୀୟ ଦେବକୀ ଓ ବସୁଦେବଙ୍କ ପୁତ୍ର ବାସୁଦେବ କୃଷ୍ଣଙ୍କ ରୂପେ ଚିହ୍ନଟ କରି ତାଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ 11153 ମସିହାରେ ହୋଇଥିବା ଲେଖୁଛନ୍ତି।  ସେ ଭକ୍ତ ପ୍ରହ୍ଲାଦଙ୍କ  ବଂଶଜ ରାଜା ବଳିଙ୍କ ପୁତ୍ରୀ ପୁତନା ଆଦି ରାକ୍ଷସ ମାନଙ୍କ ସହ ତାଙ୍କ ମାତୁଳ କଂସର ବଧ କରିଥିଲେ। 

ମହାଭାରତରେ ଉଲ୍ଲେଖ ଯୁଧିଷ୍ଠିରଙ୍କ ଅଶ୍ବମେଧ ଯଜ୍ଞକୁ ଋଗବେଦ ପରବର୍ତ୍ତୀ କାଳୀନ ଯଜ୍ଞ ରୂପେ ଦୃଢ ମତ ପୋଷଣ କରି ଜୈମିନୀୟ ଅଶ୍ବମେଧ ଅନୁସାରେ ସେ ଲେଖୁଛନ୍ତି ଯେ ମଧ୍ୟଦେଶର ସୂର୍ଯ୍ୟବଂଶୀ ରାଜା ଯୌବନଶ୍ଟ ମାନ୍ଧାତା ବାସୁଦେବ କୃଷ୍ଣଙ୍କ ବୟସାଧିକ ମିତ୍ର ତଥା ଶକ-ଦ୍ଫାପ ରାଣୀ ଅଲ୍ଲୀ ଅର୍ସାଣୀଙ୍କୁ  ବିବାହ କରିଥିବା କୁରୁ ବଂଶୀୟ ଫାଲଗୁନୀ ଅର୍ଜୁନଙ୍କ ପରମ ମିତ୍ର ଥିଲେ। 

ପ୍ରାଗଜ୍ୟୋତିଷପୁରରେ ନରକାସୁର ବଧ କରି 16000 ବନ୍ଦୀ ନାରୀଙ୍କର ଉଦ୍ଧାର କରିଥିଲେ। ତାଙ୍କର ଜାମ୍ବବତୀ, ସତ୍ୟଭାମା, ରୁକ୍ମିଣୀ ଆଦି ଅଷ୍ଟ ପାଟରାଣୀ ଥିଲେ। ଶାମ୍ବ, ପ୍ରଦ୍ୟୁମ୍ନ, ଦ୍ରାବିଡ ଆଦି ତାଙ୍କ ପୁତ୍ର ଥିଲେ।  ସେ ଅନୁଗୀତା ରଚନା କରିଥିଲେ।

ଶାରଳା ମହାଭାରତ ଅନୁରୂପ ମହାଭାରତ ଆଦି ପର୍ବ, 5ମ ଅନୁଭାଗ 22 ଓ 23 ଶ୍ଳୋକରେ ଲେଖୁଛନ୍ତି ଯେ ଜରା ଶବରଙ୍କ ବାଣରେ ନିହତ ହୋଇଥିଲେ। ଜରା ନାମକ ଭୟଙ୍କର ବ୍ୟାଧ ମୃଗ ଶିକାର ଅଭିପ୍ରାୟରେ କେଶବଙ୍କ ଯୋଗଯୁକ୍ତ-ଶୟନାବସ୍ଥାରେ ଥିବା ସ୍ଥାନକୁ ଆସିଲା। ମୃଗା ବ୍ୟାଧ କେଶବଙ୍କୁ ମୃଗ ମନେ କରି  ତରତରରେ ବାଣ ମାରି ତାଙ୍କ ପାଦତଳ କ୍ଷତାକ୍ତ କରିଦେଲା। ତାପରେ କ୍ଷତାକ୍ତ ମୃଗକୁ  ଧରିବା ନିମନ୍ତେ ନିକଟସ୍ଥ ହୁଅନ୍ତେ, ଯୋଗସ୍ଥିତ ଚତୁର୍ଭୂଜଧାରୀ ପୀତାମ୍ବର ପରିହିତ ପୁରୁଷଙ୍କ ଉପରେ ତାର ଦୃଷ୍ଟି ପଡିଲା। (ଜରାଧ ତଂ ଦେଶମୁପାଜଗାମ ଲୁବ୍ଧସ୍ତଦାନୀଂ ମୃଗଲିପ୍ସୁରୁଗ୍ରଃ। ସ କେଶବଂ ଯୋଗକରନ୍ତୁ ଶୟାନଂ ମୃଗାକ୍ଷୀ ଲୁବ୍ଧକର ସାୟକେନ।। ଜରାବିଧ୍ୟତ୍ ପାଦତଲେ ତ୍ବରାବାଂ-ସ୍ତଂ ଚାଭିତସ୍ତଜ୍ଜିଘୃକ୍ଷୁଃର୍ଜଗାମ।ଅଥାପଶ୍ୟତ୍ ପୁରୁଷ ଯୋଗଯୁକ୍ତଂ ପୀତାମ୍ବରଂ ଲୁବ୍ଧକୋ&ନେକା ବାହୁମୂ।।)

ତଥା 10ମ ଶ୍ଳୋକ, 1ମ ଅନୁଭାଗ, ମୂଷଳ ପର୍ବରେ ଅପରପକ୍ଷ ରୂପେ ଲେଖୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ସମୁଦ୍ରକୁ ଶୋଷଣ କରିବା ସଦୃଶ୍ୟ ଅସମ୍ଭବାବସ୍ଥା ଥିଲା। ତେଣୁ ସେହି ବୀରମାନଙ୍କ ନିମନ୍ତେ ତାହା ଅବିଶ୍ବାସ ଯୋଗ୍ୟ ଥିଲା। (ନିଧନବାସୁଦେବସ୍ୟସମୁଦ୍ରସ୍ୟେବଶୋଷଣମ।
ବୀରାନଶ୍ରଦ୍ୟଧଧୁସ୍ତସ୍ୟବିନାଶଂଶାଞର୍ଧନ୍ବନ।।)

ସ୍ପଷ୍ଟ ରୂପେ 2ୟ ଜଣକ ସନ୍ଦିପନୀ ମୁନିଙ୍କ ଶିଷ୍ୟ ତଥା ମହାଭାରତ କାଳୀନ ସାତତ୍ତ୍ବ ବଂଶୀ ଶ୍ରୀକୃଷ୍ଣ ବାସୁଦେବ ଥୁଲେ। ଭାଗବତ ଅନୁସାରେ ତାଙ୍କର ମୃତ୍ୟୁ  ମହାଭାରତ ଯୁଦ୍ଧର 36 ବର୍ଷ ପରେ ପଶ୍ଚିମ ତଟ ଦ୍ୱାରକାରେ ଆସିଥିବା ସୁନାମୀରେ ଜୀବନ୍ତ ଜଳ-ସମାଧିସ୍ଥ ହୋଇଥିଲେ।

ଲିପିବଦ୍ଧ ଭ୍ରମାତ୍ମକ ତଥ୍ୟ ଆଧାରରେ ପୁରାଣକାରମାନେ  କାଳକ୍ରମେ ଦୁଇ ଜଣ କୃଷ୍ଣଙ୍କ କାହାଣୀକୁ ଗୋଟିଏ କରି ଉପସ୍ଥାପିତ କରିଛନ୍ତି। 

ପରବର୍ତ୍ତୀ କାଳରେ ମହାପ୍ରଭୁଙ୍କ ସମ୍ବନ୍ଧିତ କିମ୍ବଦନ୍ତୀ ଆଧାରରେ ପୁରାଣ ମାନଙ୍କରେ ଭାସମାନ ଦାରୂଙ୍କୁ କାଷ୍ଠ ଅର୍ଥରେ କୁହାଗଲା ଯେ ଦ୍ବାରକା ତଟରେ ଜଳ ସମାଧିସ୍ଥ ହେବା ପରେ ବାଙ୍କି ମୁହାଣରେ ଦାରୁ (କାଷ୍ଠ) ରୂପରେ ଶ୍ରୀକୃଷ୍ଣ ବାସୁଦେବଙ୍କ ମର ଶରୀର ଆସି ପହଂଚି ଥିଲା। ସେଠାରୁ ଆଣି ବିଶ୍ବାବସୁ  ଶବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦାରୂ ଦର୍ଶନ କରାଇ ମୂର୍ତ୍ତିମାନ ଗଢାଇ ଥିଲେ। କିନ୍ତୁ ଉପରେ ଦାରୂ ଶବ୍ଦର ପ୍ରାମାଣିକ ଅର୍ଥ ଆଲୋଚିତ ହୋଇ ସାରିଛି। ଏହା କାଷ୍ଠ ନୁହେଁ, ବରଂ ଶାରଳା ମହାଭାରତ ଅନୁସାରେ ବାସୁଦେବ କୃଷ୍ଣଙ୍କ ଅବିସର୍ଜିତ ଅର୍ଦ୍ଧଦଗ୍ଧ ହୣତପିଣ୍ଡ  ଥିବା ସ୍ପଷ୍ଟ ହୁଏ। 

ଶ୍ରୀ ବେଦବୀର ଆର୍ଯ୍ୟଙ୍କ ଅକାଟ୍ୟ ପ୍ରାମାଣିକ ତଥ୍ୟ, ପୌରାଣିକ ଘଟଣାମାନଙ୍କର ଅମେଳ, ଶାରଳା ମହାଭାରତଙ୍କ ଲେଖାକୁ ଗୁରୁତ୍ବର ସହ ଆଲୋଚନା କଲେ ଜଣାଯାଏ ଯେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ମାରା ଋଗବେଦ ପରବର୍ତ୍ତୀ ସମୟର 
ମଧୁପୁରରେ ଜନ୍ମିତ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କୁ ଶବରୀ ନାରାୟଣ ରୂପେ ପୂଜନ ସହ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପୂଜନ ପଦ୍ଧତି ଦିଗକୁ ପ୍ରେରିତ କରୁଛି। ସଂସ୍କୃତ ଭାଗବତ ଓ ଓଡିଆ ଭାଗବତ ଥିବା ଏକ କିଞ୍ଚିତ୍ ମାତ୍ର ଅସମାନତା  ଏହାର ପୁଷ୍ଟିକର କରୁଛି।
  
ଭାଗବତ ମହାପୁରାଣ, 10ମ ସ୍କନ୍ଧ ପୂର୍ବାର୍ଦ୍ଧ, 27 ଶ୍ଲୋକ ଠାରୁ ଆରମ୍ଭ କରି ଲେଖୁଛନ୍ତି ଯେ ଯଦୁବଂଶୀୟ ଶୂରସେନ ମଥୁରାମଣ୍ଡଳ ଓ ଶୂରସେନମଣ୍ଡଳ ଶାସନ କରୁଥିଲେ। ତାଙ୍କର ଉଗ୍ରସେନ ଓ ଦେବକ ନାମରେ 2 ପୁତ୍ର ଥିଲେ। କଂସ ଉଗ୍ରସେନ ଙ୍କ ପୁତ୍ର ତଥା ଦେବକୀ ଦେବକଙ୍କ ପୁତ୍ରୀ ଥିଲେ। କଂସ ମଥୁରାର ଶାସକ ଥିଲା ବେଳେ ବୃଷ୍ଣି ବଂଶୀୟ ବସୁଦେବ ସହ ଦେବକୀଙ୍କ ବିବାହ ଅନୁଷ୍ଠିତ ହେଲା। ବାସୁଦେବ କୃଷ୍ଣ ତାଙ୍କ ପୁତ୍ର ଥିଲେ।

ଏହା ଠାରୁ ଅଳ୍ପ ବ୍ୟତିକ୍ରମ ପୂର୍ବକ ଅତିବଡି ଜଗନ୍ନାଥ ଦାସ ଓଡିଆ ଭାଗବତ ରେ ଲେଖିଲେ ଯେ ମଥୁରା ଭୋଜ ବଂଶୀ ଶୂରସେନଙ୍କର ରାଜଧାନୀ ଥିଲା। ସେ ମଧୁପୁର ବିଜୟ କରି ସେଠାରେ ରାଜଧାନା ସ୍ଥାପନ କଲେ। ଦେବକୀଙ୍କ ବିବାହ ମଧୁପୁରରେ ହୋଇଥିଲା।

ଭୋଜବଂଶରେ ଉତ୍ପନ୍ନ। ପ୍ରତାପୀ ରାଜା ଶୁରସେନ ॥୩;
ପୂର୍ବେ ମଥୁରା ପୁରେ ଥିଲା। ଅନେକ ନୃପତି ଜିଣିଲା ॥୪;
ତେଣୁ କଟକ ମଧୁ ପୁରୀ। ଯହିଁ ବିଜୟ ନରହରି ॥୫;
ସେ ରାଜା ଗୋବିନ୍ଦ ଭକତ। ତାହାର ଉଗ୍ରସେନ୍ ସୁତ ॥୬;
ଦେବକ ନାମେ ତା'ର ଭ୍ରାତ। ଦେବକୀ ତାହାର ଦୁହିତ ॥୭;
ରୂପେ କମଳା ନୋହେ ସରି। ସେ କନ୍ୟା ବସୁଦେବ ବରି ॥୮;
ମାୟା ଭିଆଣ ପଦ୍ମନାଭ। କରନ୍ତି ବିବାହ ଉ›ବ ॥୯;
ବିଭା କରାଇ କନ୍ୟାବର। ଯାବତ ମଙ୍ଗଳ ବେଭାର ॥୧୦ (Odia Bhagavata, 10thSkanda, Gopaleela, 2nd Chapter).

ଭାଗବଡ ମହାପୁରାଣ ଶୂରସେନଙ୍କୁ ଯଦୁବଂଶୀଯ ଲେଖିଲା ବେଳେ, ଓଡିଆ ଭାଗବତ ତାଙ୍କୁ ଭୋଜଙ୍କ ପୂର୍ବ ଯଦୁ ବଂଶଜ ବଦଳରେ ଭୋଜ ବଂଶଜ ଲେଖୁଛନ୍ତି।  ଯେହେତୁ ଭୋଜ, ବିତିହୋତ୍ରଙ୍କ ପୁତ୍ର ଓ ଯଦୁ-2ଙ୍କ ବଂଶଜ ତାଳଜଂଘ (11100-11070 BCE) ଙ୍କ ନାତି ଥିଲେ, ଐତରୀୟ  ବ୍ରାହ୍ମଣଙ୍କୁ ଉଦ୍ଧୃତ କରି ଶ୍ରୀ ଆର୍ଯ୍ୟ ଲେଖୁଛନ୍ତି ଯେ କଂସର ପିତା ଉଗ୍ରସେନ ଓ ଦେବକୀଙ୍କ ପିତା ଦେବକଙ୍କ ପିତା ଆହୂକ ଥିଲେ। ଶୂରସେନ ଓ ତାଙ୍କ ପୁତ୍ର ଉଗ୍ରସେନ ଯିଏ ମଥୁରାମଣ୍ଡଳ ଶାସନ କରୁଥିଲେ, ସେ ପରବର୍ତ୍ତୀ ସମୟର ରାଜା ଥିଲେ। ( The Chronology of India: From Manu to Mahabharata, ପୃଷ୍ଠା 380)

ଭାଗବତ ମହାପୁରାଣ ମଧୁପୁର ବିଷୟରେ ଲେଖି ନାହାଁନ୍ତି। ଅଥଚ ଦେବକୀଙ୍କ ବିବାହ ମଧୁପୁରରେ ହେବା ଓଡିଆ ଭାଗବତ ଲେଖୁଛନ୍ତି। 
 
"ଭୋଜବଂଶରେ ଉତ୍ପନ୍ନ। ପ୍ରତାପୀ ରାଜା ଶୁରସେନ ॥୩;
ପୂର୍ବେ ମଥୁରା ପୁରେ ଥିଲା। ଅନେକ ନୃପତି ଜିଣିଲା ॥୪;
ତେଣୁ କଟକ ମଧୁପୁରୀ। ଯହିଁ ବିଜୟ ନରହରି ॥୫;"

ଏହା ଏଥିପାଇଁ ହୋଇଥାଇ ପାରେ ଯେ, ତତ୍କାଳୀନ ମୂଳ ସଂସ୍କୃତ ଭାଗବତରେ ବସୁଦେବଙ୍କ ବିବାହ ବର୍ଣ୍ଣନା ମଧୁପୁର ଠାରେ କରା ଯାଇଥିଲା। ପୌରାଣିକ ପଞିକା ନବୀନକରଣୀ ସମୟରେ ମଥୁରାର ଉଗ୍ରସେନ (ପିତା: ଶୂରସେନ)ଙ୍କୁ ମଧୁପୁରର ଉଗ୍ରସେନ (ପିତା: ଆହୂକ) ଙ୍କ ପରିବାର ସହ ମିଶ୍ରିତ କରିଦେଇ ମଧୁପୁରକୁ ଭୁଲିଗଲେ। ମଧୁପୁର  କେବଳ ଓଡିଆ ଭାଗବତ ତଥା ମାଦଳାପାଞିରେ ରହିଗଲା।
ତାଙ୍କ ମାଆଙ୍କ ଭୁଲ ପରିଚୟ ଦେଲେ ମଧ୍ୟ "ତେଣୁ କଟକ ମଧୁପୁରୀ। ଯହିଁ ବିଜୟ ନରହରି॥୫;" ପଦ ସୃଷ୍ଟି କରି ମହାନାରାୟଣୀୟ ଉପନିଷଦରେ ଉଲ୍ଲେଖ ପଦ "ବିଷ୍ଣୁ ଓ ନାରାୟଣ ରୂପେ ବାସୁଦେବ ପୂଜା ପାଇଲେ" ପଠନ ପୂର୍ବକ ଅତିବଡି ଜଗନ୍ନାଥ ଦାସ ତାଙ୍କ ବିଜ୍ଞତାର ସୂଚନା ଦେଇଛନ୍ତି। ଋଷି ନାରାୟଣଙ୍କୁ ବିଷ୍ଣୁଙ୍କ ନରହରି ବା ନୃସିଂହ ଙ୍କ ରୂପେ ପଣ୍ଡିତ ମାନେ ମାନି ଥାଆନ୍ତି।

ସମସ୍ତ ଲୋକ ଧାରଣ କରିଥିବା ଲୋକଚାରିଣୀ ଭୂମିକୁ ଧେନୁ (ଗାଈ) ରୂପେ ପୂଜ୍ୟ ସମ୍ବୋଧନ କରି ମହାନାରାୟଣୀୟ ଉପନିଷଦ (1:38) ଲେଖୁଛନ୍ତି - ଶତବାହୁ ସ୍ବରୂପ ସାମର୍ଥ୍ୟବାନ ବରାହ, କୃଷ୍ଣଙ୍କ  ଦ୍ବାରା ଆପଣ ଉଦ୍ଧାର ହୋଇଥିଲେ। (ଭୂମିର୍ଧେନୁଧରଣୀ ଲୋକଚରିଣୀ, ଉଦ୍ଧତାସି ବରାହେଣ, କୃଷ୍ଣେନ ଶତବାହୁନା)

ଏହା ତତ୍କାଳ ସୁଦ୍ଧା ବିଷ୍ଣୁ ଓ ନାରାୟଣଙ୍କ ଉପାସନା ଆରମ୍ଭ ହୋଇ ସାରିଥିବା ସୂଚାଉ ଥିଲେ ମଧ୍ୟ ଅବତାର ଶବ୍ଦର ବ୍ୟବହାର ସେଥିରେ ହୋଇନାହିଁ। ନୃସିଂହ ଅବତାର ରୂପେ ପଣ୍ଡିତମାନେ ମାନି ଥାଆନ୍ତି।

ତେଣୁ ଭୂମି ରକ୍ଷାକାରୀ ବାସୁଦେବ କୃଷ୍ଣଙ୍କୁ ସେମାନଙ୍କ ସହ ଯୋଡି ଏହା ପୂର୍ବରୁ ମହାନାରାୟଣୀୟ ଉପନିଷଦ (1:29) ଲେଖୁଛନ୍ତି - ନାରାୟଣ ଆମ ଜ୍ଞାନରେ ରହିଛନ୍ତି। ବାସୁଦେବ ଆମ ଧ୍ୟାନରେ ରହନ୍ତି। ବିଷ୍ଣୁ ଆମକୁ ବୁଦ୍ଧିଯୁକ୍ତ ସଠିକ ମାର୍ଗ ଦର୍ଶାଇ ଥାଆନ୍ତି। (ନାରାୟଣାୟ ବିଦ୍ୟତେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ) 

ଭୂମି ବାରମ୍ବାର କ୍ରୁର ଲୋକଙ୍କ ଦ୍ବାରା କବଳିତ ହୋଇଥିଲା। ଥରେ ବରାହ ଓ ଆଉ ଥରେ (ବାସୁଦେବ) କୃଷ୍ଣ ତାକୁ ଉଦ୍ଧାର କରିଥିଲେ। ଏହା ବାସୁଦେବ-କୃଷ୍ଣଙ୍କୁ ଜଣେ ପୂଜ୍ୟ ତଥା ଦିବ୍ୟ ଆତ୍ମା ରୂପୀ ବ୍ୟକ୍ତି ତଥା ଏହି ପୂଜନ ବ୍ୟବସ୍ଥା କଶ୍ୟପ ବଂଶୀ ବିଷ୍ଣୁଙ୍କ ଠାରୁ ଆରମ୍ଭ ହୋଇଥିବା ସୂଚିତ କରିଥାଏ।।

ଗଙ୍ଗବଂଶୀ ଚୋଡଗଙ୍ଗଙ୍କ ଦ୍ବିତୀୟ ପୁତ୍ର ଜଟେଶ୍ବର (ରାଘବ ଦେବ) ଙ୍କ ସମୟରେ ଯଜାତି କେଶରୀଙ୍କ ଦ୍ବାରା ନିର୍ମିତ 57 ହାତର ଜର୍ଜର ମନ୍ଦିରକୁ ଭାଙ୍ଗି ବର୍ତ୍ତମାନର ଶ୍ରୀମନ୍ଦିର ତୋଳା ଆରମ୍ଭ ବେଳେ ମାଦଳାପାଞି ଲେଖିଲେ - ଏହାଙ୍କ  ସମୟରେ ମଧୁପୁର ଘଟଣା ହୋଇଲା। ମହାପ୍ରଭୁଙ୍କୁ ନିସଙ୍ଖୁଡି ଭୋଗ ଲାଗିଲା। ଏହାର ଅର୍ଥ ବିଗ୍ରହ ମାନଙ୍କ ସ୍ଥାନାନ୍ତରଣ ମଧୁପୁରକୁ ହେଲା। ସେଠାରେ ନିସଙ୍ଖୁଡି ଭୋଗ ଅର୍ପଣ କରାଯାଏ ଯାଇଥିଲା। 

ଏହା ଏଥିପାଇଁ ଯେ ମଧୁପୁର ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ (ବଟ କୃଷ୍ଣ) ଳନ୍ମସ୍ଥଳୀ ଥିଲା, ଯାହାଙ୍କୁ ପରବର୍ତ୍ତୀ କାଳରେ ବିଷ୍ଣୁ ଓ ନାରାୟଣଙ୍କ ସ୍ବରୂପରେ ବିଦ୍ବାନ ମାନେ ଗ୍ରହଣ କରି ସାରିଥିବା ମହାନାରାୟଣୀୟ ଉପନିଷଦ ଲେଖିଛନ୍ତି, ତାଙ୍କୁ ସୋମବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ଚତୁର୍ଭୁଜଧାରୀ ଶବରୀ (ସୌରୀ) ନାରାୟଣ ରୂପେ ପୂଜନ ଆରମ୍ଭ କରା ଯାଇଥିବ। ଶାରଳା ମହାଭାରତ ଲେଖୁଛନ୍ତି।

ଆଜି ତାରିଖରେ ବି ପୁରୀ ମାଉସୀ ମା ମନ୍ଦିର ନିକଟରେ ମଧୁପୁର ପାଟଣା ରହିଛି। ବହୁତ ସମ୍ଭବ, ମାଉସୀ ମାଆଙ୍କ ମନ୍ଦିର ଚିହ୍ନଟ ବେଳେ ପ୍ରାଚୀନ ଇତିହାସ କୁ ଧ୍ୟାନ ରେ ରଖା ଯାଇଛି ତଥା ସନ୍ନିକଟ ଦେବୀ ଅର୍ଦ୍ଧଶୋଷିନୀଙ୍କୁ ମାଉସୀ ମାଆଙ୍କ ସମ୍ମାନ ଦିଆ ଯାଇଛି।

ଆହୂକ, ଉଗ୍ରସେନ,  ଦେବକ, କଂସ ଓ ଦେବକୀ ସମସ୍ତେ ଯଦୁ ବଂଶଜ ଓ ମଧୁପୁର ସେମାନଙ୍କ ରାଜ୍ୟ ଥିଲା। ଦେବକୀ ଙ୍କ ବିବାହ ବୃଷ୍ଣି ବଂଶୀୟ ବସୁଦେବଙ୍କ ସହ ମଧୁପୁରରେ ହୋଇଥିଲା। ସେ ସମୟରେ ଶୂନ୍ୟବାଣୀ (ଜ୍ୟୋତିଷ ଶାସ୍ତ୍ର) ହେଲା: ଦେବକୀଙ୍କ ଅଷ୍ଟମ ଗର୍ଭ କଂସର କାଳ ହେବ। 

ଏହା ଶୁଣି କ୍ରୋଧିତ ଯଦୁ ବଂଶୀୟ କଂସ ଭଉଣୀ ଦେବକୀ ଓ ବଷ୍ଣି ବଂଶୀୟ ଭିଣୋଇ ବସୁଦେବଙ୍କୁ ମଧୁପୁର ବନ୍ଦିଶାଳାରେ ରଖିଲା। ସେଠାରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ବାସୁଦେବ କୃଷ୍ଣ  ଜନ୍ମ ହେଲେ।  

(5)ମଧୁପୁର - ଜନ୍ମବେଦୀ

ମାଆଙ୍କୁ ସମର୍ପିତ ସନାତନତ୍ବର ପ୍ରତିଷ୍ଠାତା ସ୍ବୟଂ ମହାପ୍ରଭୁଙ୍କ ହୃଦସ୍ଥଳରେ ବିରାଜିତ ଓ ପୂଜିତ ସୃଷ୍ଟିର ମୂଳ ଉତ୍ସ ସ୍ତ୍ରୀ-ସୂତ୍ରକଣିକା (Mitochondrial Eve)ଙ୍କ ନାମ ଆଦ୍ୟରେ ବହନ କରି, ବାସୁଦେବ କୃଷ୍ଣ ନାମ ପରେ ବହନ କରିଥିବା ଦେବକୀପୁତ୍ର ବାସୁଦେବ କୃଷ୍ଣ (ବଟ-କୃଷ୍ଣ; Ancient Krishna)  ମଧୁପୁରର ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ନେଇଥିଲେ।। ମାତୃଭକ୍ତିର ଏହି ବୈଦିକ ସନାତନ ବିଚାରଧାରାର ଉଦଘୋଷଣା ବିଭିନ୍ନ ଶାସ୍ତ୍ର ମାନଙ୍କ ମାଧ୍ୟମରେ ସ୍ପଷ୍ଟ ହୋଇ ସାରିଥିଲା। ତୈତ୍ତିରୀୟୋପନିଷଦ ଶିକ୍ଷାବଲ୍ଲୀ: 11 ଲେଖିଲେ: ମାତୃଦେବୋ ଭବ। ପିତୃଦେବୋ ଭବ। ଆଚାର୍ଯ୍ୟ ଦେବୋ ଭବ। ଅତିଥି ଦେବୋ ଭବ। 

ଅର୍ଥାତ୍, ପ୍ରଥମରେ ମାତା ଦେବ ସ୍ବରୂପ ଅଟନ୍ତି; ତାପରେ ପିତା ଦେବ ସ୍ବରୂପ ଅଟନ୍ତି, ତାପରେ ଆଚାର୍ଯ୍ୟ ଦେବ ସ୍ବରୂପ ଅଟନ୍ତି; ଶେଷରେ ଅତିଥି ଦେବ ସ୍ବରୂପ ଅଟନ୍ତି।

ମନୁସ୍ମୃଡି: 2.145 ଲେଖିଲେ: ଉପାଧ୍ୟାୟଙ୍କ ଦଶାଚାର୍ଯ୍ୟ, ଆଚାର୍ୟାଣାଂ ଶତ ପିତା, ସହସ୍ରଂ ତୁ ପିତୃନ୍ ମାତା, ଗୌରବେଣାତିରିଚ୍ୟତେ। ()

ଅର୍ଥାତ୍ ଜଣେ ଆଚାର୍ଯ୍ୟ ଦଶ ଜଣ ଉପାଧ୍ୟାୟଙ୍କ ଠାରୁ ଶ୍ରେଷ୍ଠ; ଜଣେ ପିତା ଶତ ଆଚାର୍ଯ୍ୟଙ୍କ ଠାରୁ ଶ୍ରେଷ୍ଠ; ତେବେ ଜଣେ ମାତା ସହସ୍ର ପିତାଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି।

 
ଓଡିଆ ଭାଗବତ ଲେଖିଲେ:

ଆକାଶେ ଉଦେ ନିଶାକର। ଦେବକୀ ଉଦରୁ ବାହାର।। 
ନୀଳ-ଜୀମୂତ ଦେହ କାନ୍ତି। ବଳୟ ମଣି ଝଟକନ୍ତି।
ପୀତବସନ କଟୀ ଶୋହେ। ରୂପେ କୋଟିଏ କାମ ମୋହେ।।
କଟୀ-ମେଖଳା ସୁନା-ସୂତା। ଉତ୍ତରୀ ସୁବର୍ଣ୍ଣ ପଇତା।।
କିରୀଟ କୁଣ୍ତଳ କଙ୍କଣ। ପାଦେ ନୂପୁର ରୁଣଝୁଣ।।
ଦିଶଇ ଶଙ୍ଖ ଚକ୍ର ତେଜ। ମର୍କତ ସ୍ତମ୍ଭ ଚାରିଭୁଜ।।
ଗଦା କମଳ ଶଙ୍ଖଚକ୍ର। ଅଧର ଓଷ୍ଠ ରଙ୍ଗ ରେଖ।।
ଶ୍ରୀବତ୍ସ› ଚିହ୍ନ ହୃଦେ ଶୋହେ। ରତ୍ନପାଦୁକା ବେନି ପାୟେ।।
ଅପୂର୍ବ ରୂପେ ଯୋଗେଶ୍ୱର। ଦେବ ମାନବେ ଅଗୋଚର।
ଦେବକୀ ପ୍ରସବିଣ ସୁତ। ଶ୍ରମେ ହୋଇଲା ମୋହଗତ।


ଜନ୍ମିତ ପୁତ୍ରର ଅପୂର୍ବ ପରଂବ୍ରହ୍ମଙ୍କ ଚିହ୍ନ ମାନ ଦେଖି ବିମୋହିତ ବସୁଦେବ  ସ୍ତୁତି କଲେ:

ତୋହର ଆଦି ଅନ୍ତ ନାହିଁ । ପ୍ରକୃତି ତୋତେ ନଲାଗଇ । ।୮୨
କେବଳ ସୂକ୍ଷ୍ମ ରୂପେ ଶୂନ୍ୟ । ମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ । ।୮୩
ତୋହର ମାୟାରେ ଜଗତ । ମହତ ଆଦି ପଞ୍ଚଭୂତ । ।୮୪
ତହିଁରେ ନୋହୁ ତୁ ପ୍ରବେଶ । ପ୍ରବେଶ ପ୍ରାୟ ତୋ' ପ୍ରକାଶ । ।୮୫
ବାହାର ଭିତରେ ଅନନ୍ତ । ସୃଷ୍ଟି କରୁ ତୁ ଆତଯାତ । ।୮୬
ବୁଦ୍ଧି ଲକ୍ଷଣ ଗୁଣ ଘେନି । ତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ । ।୮୭
କାହୁଁ ଦେଖିବେ ଦେହବନ୍ତ । ତୁ ଦେବ ଅନାଦି ଅଚ୍ୟୁତ । ।୮୮
ଜଗତ ତୋ'ର ତହୁଁ ଜାତ । ପାଳିଣ ପୁଣି କରୁ ଅନ୍ତ । ।୮୯
ଜଗତ ଉପୁଜିବା କାଳେ । ଅରୁଣ ବର୍ଣ୍ଣ ହେଉ ବେଳେ । ।୯୦
ପାଳିବା କାଳେ ଶୁକ୍ଳବର୍ଣ୍ଣ । ଜଗତେ ବୋଲାଉ ତୁ ଧର୍ମ । ।୯୧
ସଂହାର କାଳେ କୃଷ୍ଣରୂପ । ତୋର ବିହାର ମୋହକଳ୍ପ । ।୯୨
ତୁ ଏବେ ମୋରଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ । ।୯୩
ଜାଣିଲି ଯେତେକ ଅସୁର । ମାରି କରିବୁ ମହୀ ସ୍ଥିର । ।୯୪
ତୋ'ର ଜନମ ମୋ'ର ଘରେ । ଶୁଣିଣ କଂସ କୋପଭରେ । ।୯୫
ଛ ପୁତ୍ର ମାଇଲା ମୋହର । ତୁ କି ନ ଜାଣୁ ଚକ୍ରଧର । ।୯୬
ପ୍ରହରୀମାନେ ଜଗିଛନ୍ତି । ଶୁଣିବେ ବୋଲି ମନେ ଭୀତି । ।୯୭
କଂସକୁ କହିବେ ତୁରିତେ । ସେ ଆସି ମାରିବଟି ତୋତେ । ।୯୮
ତୋତେ ହୋ ତୁହି ରକ୍ଷାକର । ମୁଁ ଛାର ମନୁଷ୍ୟ ମାତର । ।୯୯
(ଓଡିଆ ଭାଗବତ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ)

ଡାଙ୍କ ପିତା ବସୁଦେବ ଶାଳକ କଂସର ବାରମ୍ବାର ଶିଶୁ ହତ୍ୟା ରୁ ସଦ୍ୟ ଜନ୍ମିତ ଶିଶୁଟିର ପ୍ରାଣ ବଞ୍ଚାଇବା ନିମନ୍ତେ ତାକୁ ଭାଦ୍ରବ ମାସ ଅଷ୍ଟମୀ ଡିଥି, ଉଦୟ ହେବାକୁ ଥିବା ରୋହିଣୀ ନକ୍ଷତ୍ର କାଳେ, ଅନ୍ଧାର, ବର୍ଷଣ ମୁଖର ରାତିରେ ନିଜ ବନ୍ଧୁ ଧବଳଗିରିର ପାଦଦେଶରେ ବହୁଥିବା ପ୍ରାଚୀ (ପ୍ରାଚୀନ) ସରସ୍ବତୀ ନଦୀର ଅପର ପାର୍ଶ୍ବରେ ଥିବା ଗୋପପୁରର ନନ୍ଦ ରାଜାଙ୍କ ନିକଟକୁ ବାହାରି ଗଲେ।

ମଧୁପୁରକୁ ମଥୁରା ସଦୃଶ ଭାଗବତରେ ଏହାକୁ ଯମୁନା ନଦୀ ରୂପେ ବର୍ଣ୍ଣନା କରା ଯାଇଛି। ଅନେକ ସମ୍ଭାବିତ ଆକଳନ ମଧ୍ୟରେ ମହାଭାରତ  ଯୁଦ୍ଧ ପରେ ଶୁଷ୍କ, ଲୁପ୍ତ  ହୋଇଥିବା ସରସ୍ବତୀ ନଦୀ ପୂର୍ବରୁ ପ୍ରାଚୀ ସରସ୍ବତୀ , ବିନ୍ଧ୍ୟାଚଳ (ବିନ୍ଧ୍ୟତାବୀ) ତଥା ବ୍ରହ୍ମବନ ଅଂଚଳରେ ପ୍ରବାହିତ ପୂର୍ବକ ଧବଳଗିରି ପାଦ ଦେଶରେ ପୂର୍ବ ମହୋଦଧୀରେ ନିକ୍ଷେପ ହୋଇଥିବା ପ୍ରସଙ୍ଗକୁ ବିଭିନ୍ନ ପ୍ରାଚୀନ ଗ୍ରନ୍ଥ ଲେଖନୀ ମାଧ୍ୟମରୁ ଅନୁମାନ କରା ଯାଇପାରେ।

ଶାରଳା ମହାଭାରତ ଅନୁସାରେ ବସୁକର ଦ୍ବିଜ ଜରା ଶବରଙ୍କ ବଂଶଜଙ୍କ ଦ୍ବାରା ବିଷ୍ଣୁ ରୂପେ ପୂଜିତ ବାସୁଦେବ କୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ବିସର୍ଜିତ ହୃତପିଣ୍ତର ଠାବ କରିଥୁବା (ବସୁକର ବୋଲି ଏକଇ ଦ୍ବିଜବର,ସେ ଯାଇ ଭେଟିବ ଯେ ଗିରି ନୀଳସୁନ୍ଦର, ସାରଳା ମହାଭାରତ ବନପର୍ବ, ୧୩୪) ବେଳେ ଋଗବେଦ 10ମ ମଣ୍ଡଳ 65/66  ରଚନା କରିଥିବା ବସୁକ୍ର ବାସୁବର୍ଣ୍ଣ ସେଥିରେ ସରସ୍ବତୀ ନଦୀ ସହ ସମୁଦ୍ର ଦିଗବଳୟରୁ ଉଠି ଆସୁଥିବା ଅରୁଣାଭ ସୂର୍ଯ୍ୟଙ୍କ ବର୍ଣ୍ଣନା କରିଛନ୍ତି ଯାହା କେବଳ ପୂର୍ବ ଦିଗରେ ହିଁ ସମ୍ଭବ ଅଟେ।

ଅଗ୍ନିରିନ୍ଦ୍ରୋ ବରୁଣୋ ମିତ୍ରୋ ଅର୍ୟମା ବାୟୁଃ ପୂଷା ସରସ୍ବତୀ ସଜୋଷସଃ। 
ଆଦିତ୍ୟା ବିଷ୍ଣୁର୍ମରୁତଃ ସ୍ବର୍ବୃହତ୍ସୋମ ରୁଦ୍ରୋ ଅଦିତିର୍ବ୍ରହ୍ମଣସ୍ପତିଃ।। (ଋ.ବେ10-65/1)


ଅଗ୍ନି, ଇନ୍ଦ୍ର (ବିଦ୍ୟୁତ୍), ଜଳ, ଅନ୍ନ, ସୂର୍ଯ୍ୟ, ବାୟୁ, (ପୂଷା) ପ୍ରାଚ୍ୟ-ସରସ୍ବତୀ, ଦ୍ବାଦଶ ଆଦିତ୍ୟ ବିଷ୍ଣୁ, ମରୂତମାନେ, ଆଲୋକଜ୍ୟୋତି, ମହାନ ଔଷଧୀୟ ବୃକ୍ଷଗଣଙ୍କ ମଧ୍ୟରେ ବିଶ୍ବ ପାଳନକର୍ତ୍ତା ବିଶ୍ବଦେବ ବିଦ୍ୟମାନ ଅଛନ୍ତି। 

ସମୁଦ୍ରଃ ସିନ୍ଧୁ ରଜୋ ଅନ୍ତରୀକ୍ଷମଜ ଏକପାତ୍ତନୟିତ୍ନୁରର୍ଣବଃ।
ଅହିର୍ବୁଧ୍ନ୍ୟଃ ଶୃଣବଦ୍ଧଚାଂସି ମେ ବିଶ୍ବେ ଦେବାସ ଉତ ସୂରୟୋ ମମ।। (ଋ.ବେ 10-66/1)


ସମୁଦ୍ର, (ସିନ୍ଧୁ) ନଦୀ, ପୃଥ୍ବୀଲୋକ, ଅଚଳ-ଏକପଦ ସୂର୍ଯ୍ୟ, ଜଳପରିପୂର୍ଣ୍ଣ ଜଳାଶୟ, ଅନ୍ତରୀକ୍ଷସ୍ଥ ମେଘବିଦ୍ୟୁତଶକ୍ତି ଙ୍କ ଆଶୀର୍ବାଦରେ ସମସ୍ତ ବିଦ୍ବାନମାନେ ମୁଁ କହୁଥିବା କଥା ଶୁଣନ୍ତୁ।

ଏହା ବସୁକ୍ର ବାସୁବର୍ଣ୍ଣ  ଓ ବସୁକର ଦ୍ବିଜ ଙ୍କୁ ଜଣେ ବ୍ୟକ୍ତି ରୂପେ ଚିହ୍ନଟ କରି ସ୍ପଷ୍ଟରୂପେ ସରସ୍ଵତୀଙ୍କ ସମୁଦ୍ର ଦିଗେ ପୂର୍ବମୁହାଁ ଧାବମାନ ଗତିର ସୂଚନା ଦେଉଛି। ସେଥି ନିମନ୍ତେ  ତ୍ରିଲୋଚନ ଦ୍ବିଜ, ପ୍ରାଚୀ ମାହାତ୍ମ୍ୟ ଦ୍ବିତୀୟ ଅଧ୍ୟାୟରେ, ଲେଖିଲେ:

ଏ ରୂପେ ଖ୍ୟାତ ସରସ୍ୱତୀ। କହିବା ଶୁଣ ସ୍ଥିରମତି।।
ଉଦ୍ଭବ ଖ୍ୟାତି  ସରସ୍ବତୀ। ପ୍ରାଣୀଙ୍କୁ ଦେବେ ଗତି ମୁକ୍ତି।। 


ବସୁଦେବ ଶିଶୁ କୃଷ୍ଣଙ୍କୁ ସାଙ୍ଗରେ ନେଇ ପ୍ରାଚୀନ ସରସ୍ବତୀ ନଦୀ ପାର କରି ଗୋପପୁରରେ ପହଞ୍ଚି ଥୁଲେ। ନନ୍ଦରାଜାଙ୍କ ପତ୍ନୀ ଦେବୀ ଯଶୋଦା ଠିକ ସେହି ସମୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିଧିର ବିଧାନ ଓ ଦୈବ ନିର୍ଦ୍ଦେଶ ରେ ଛୁଆ ମାନଙ୍କର ଅଦଳାବଦଳି ହେଲା।

ବସୁଦେବ ଶିଶୁ କନ୍ୟାକୁ ଆଣି ଅର୍ଦ୍ଧ ଚେତନାରେ ଥିବା ଦେବକୀଙ୍କ କୋଳରେ ରଖି ଦେଇଥିଲେ। ଦୈବମାୟାରେ ନିଦ୍ରାଗତ କାରାଗାର ପ୍ରହରୀ ମାନଙ୍କ ଚେତନା ଆସିଲା। କଂସ ମହାରାଜ ପାଖକୁ ଶିଶୁ କନ୍ୟା ଜନ୍ମ ବାର୍ତ୍ତା ଗଲା। କଂସ ଆସି ଶିଶୁ କନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହେଲା। ଡଥାପି ଶୂନ୍ୟବାଣୀ ରେ ଶଙ୍କାଗ୍ରସ୍ତ କଂସ ଶିଶୁଟିକୁ ମାରିବା ନିମନ୍ତେ ଉଦ୍ୟତ ହୁଅନ୍ତେ,  ଶିଶୁଟି କଂସ ହାତରୁ ଖସି ଆକାଶ ମାର୍ଗ ଦିଗେ ଉଠି ଯାଇ ନିଜ ସ୍ୱରୂପକୁ ଦର୍ଶନ କରାଇ ତାଗିଦ କଲା - ତୋତେ ଯେ ମାରିବ, ସେ ଗୋପରେ ବଢୁଛି।

ଈଶ୍ବର ଓ ଜୀବ ମଧ୍ୟରେ ସେ ସାକ୍ଷାତ ଯୋଗମାୟା, ମହାସ୍ମୃତି, ସୃଷ୍ଟିର ମୂଳ ଉତ୍ସ ସ୍ତ୍ରୀ-ସୂତ୍ରକଣିକା (Mitochondrial Eve) ଥିଲେ। ଦେବ ଆହ୍ବାନ ଅନୁଯାୟୀ ଯୋଗନିଦ୍ରାରେ ଥୁବା ବିଷ୍ଣୁଙ୍କୁ ମଧୁ କୈଠବଙ୍କ ବଧ ନିମନ୍ତେ ଜାଗ୍ରତ କରିବା ପରେ ଏହା ତାଙ୍କ ପ୍ରଥମ ମାନବୀ ଅବତାର ଥିଲା। ସେ ଦେବୀ ବିମଳା ଥିଲେ।

ଦେବୀ ମାହାତ୍ମ୍ୟ, ଦୁର୍ଗା ସପ୍ତଶତୀ, ଶ୍ରୀଦୁର୍ଗାଷ୍ଟୋତ୍ତରଶତନାମସ୍ତୋତ୍ରମ, (ବିମଳୋତ୍କର୍ଷିଣୀ ଜ୍ଞାନା କ୍ରିୟା ନିତ୍ୟା ଚ ବୁଦ୍ଧିଦା) ରେ ଦେବୀ ବିମଳାଙ୍କୁ ଦୁର୍ଗାଙ୍କର ଅନ୍ୟ ଏକ ନାମ  ରୂପେ ଉଲ୍ଲେଖ କରିବା ତଥା 11 ଅଧ୍ୟାୟ, 40ତମ  ଶ୍ଳୋକରେ ଦେବୀ ଦୁର୍ଗାଙ୍କର ପ୍ରଥମ ଅବତାର ରୂପେ ବର୍ଣ୍ଣନା କରିବା "ନନ୍ଦଗୋପ ଗୃହେ ଜାତା ଯଶୋଦା ଗର୍ଭସମ୍ଭବା, ତତସ୍ଥୌ ନାଶୟିଶ୍ୟାମି ବିନ୍ଧ୍ୟାଚଳ ନିବାସିନୀଂ।" ଏବଂ ଯଜାତି କେଶରୀ ବିମଳାଙ୍କ ନିମନ୍ତେ 37 ହାତର ଦେଉଳ ଶ୍ରୀମନ୍ଦିର ଭିତରେ ତୋଳାଇବା ବିଷୟ ମାଦଳାପାଞି ଲେଖିବା ସୂଚାଏ ଯେ, ସମ୍ଭବତଃ ସଶରୀରେ ଅନ୍ତର୍ହିତା ଦେବୀ ପର ସମୟରେ ବିନ୍ଧ୍ୟାଚଳ (ବିନ୍ଧ୍ୟତାବୀ - କେଉଁଝରର ଆସନପଟ୍ଟ ଶିଳାଲେଖରେ ଏହା ବିନ୍ଧ୍ୟତାବୀ ରୂପେ ଉଲ୍ଲେଖ ରହିଛି) ରେ ଦେବୀ ବିମଳାଙ୍କ ରୂପେ ପୂଜିତ ହେଉଥିଲେ। 

(6)ମଧୁପୁର - ଦେହତ୍ୟାଗ ସ୍ଥଳ

ନିଃସନ୍ତାନ କଂସର ନିଧନ ପରେ ଉଗ୍ରସେନ ମଧୁପୁରର ରାଜା ହୋଇଥୁଲେ। ତାଙ୍କ  ପରେ ଡାଙ୍କ କନିଷ୍ଠ ଭ୍ରାତା ଦେବକଙ୍କ ପୁତ୍ରୀ ଦେବକୀ ଓ ବୃଷ୍ଣି ବଂଶୀ ବସୁଦେବଙ୍କ ପୁତ୍ର ବାସୁଦେବ କୃଷ୍ଣ ମଧୁପୁରର ରାଜା ହୋଇଥିଲେ। 

କାଳଯବନର ବାରମ୍ବାର ଆକ୍ରମଣରେ ମ୍ରିୟମାଣ ପୂର୍ବକ ମଧୁପୁର ଛାଡି ସଦ୍ୟ ସମୁଦ୍ର ଗର୍ଭ ରୁ ଉଠି ଆସିଥିବା ରୈବତକ ପର୍ବତରେ ନିଜ ରାଜଧାନୀ ସ୍ଥାପନ କରିଥିଲେ। ପରେ କାଳଯବନର ବଧ କରି ନିଜ ପୁତ୍ର ପ୍ରଦ୍ୟୁମ୍ନଙ୍କୁ ମଧୁପୁରର ରାଜା କରିଥିଲେ। 

ଆର୍ଯ୍ୟାବର୍ତ୍ତର ପଶ୍ଚିମ ସାଗର ତଟସ୍ଥ ରୈବତକ ପର୍ବତ ଠାରୁ  ବ୍ରହ୍ମାବର୍ତ୍ତର ପୂର୍ବରେ ଧବଳଗିରି ପାଦରେ ଲହଡି ଭାଙ୍ଗୁଥିବା ମହୋଦଧୀ ଯାଏଁ ନିଜ ସାମ୍ରାଜ୍ୟର ବିସ୍ତାର କରିଥିଲେ।

ଉତ୍ତର କୁରୁ ରାଜ୍ୟର ଶାସକ ଓ ଅଶ୍ବମେଧ ଯଜ୍ଞ ଅନୁଷ୍ଠାନ କରିଥିବା କୁରୁବଂଶୀୟ ରାଜା ଯୁଧିଷ୍ଠିର ଓ ତାଙ୍କ ଭ୍ରାତା, ବିଶେଷ ରୂପେ ଫାଲଗୁନୀ ଅର୍ଜୁନଙ୍କ ସହ ତାଙ୍କର ବନ୍ଧୁତା ଥିଲା। ତାମିଲ ଲୋକକଥା ତଥା ସଙ୍ଗମ-ସାହିତ୍ୟ, ଜୈମିନୀୟ ଅଶ୍ବମେଧ ଓ ସାରଳା ମହାଭାରତ ରେ ଫାଲଗୁନୀ ଅର୍ଜୁନଙ୍କ ନାମ ରହିଛି। ସେ ବାସୁଦେବ କୃଷ୍ଣଙ୍କ ଦ୍ବାରା  ମୁଖ ନିସୃତ ଅନୁଗୀତାର  ଶ୍ରୋତା ଥିଲେ।

ପୁରାଣ ମାନଙ୍କରେ ଲିପିବଦ୍ଧ ବାସୁଦେବ କୃଷ୍ଣଙ୍କ ପୁତ୍ର ଓ ମଧୁପୁର ରାଜା ପ୍ରଦ୍ୟୁମ୍ନଙ୍କ କଳିଙ୍ଗ ରାଜାଙ୍କ  ସହ,  ତଥା ମଧ୍ୟଦେଶଳ ରାଜା ମାନ୍ଧାତାଙ୍କ ଲବଣାସୁର ସହ ଯୁଦ୍ଧ ମଧୁପୁରରେ ଘଟିତ ହୋଇଥିବା ସୂଚିତ ହୁଏ। 

ଋଷି ଦୀର୍ଘତମ ଆଶୀର୍ବାଦରୁ ଅନ୍ବୟବଂଶୀ ରାଜା ବଳିଙ୍କ ପତ୍ନୀ ସୁଦଷ୍ଣା ଗର୍ଭଜାତ ପାଂଚ ପୁତ୍ରଙ୍କ ମଧ୍ୟରୁ ଜ୍ୟେଷ୍ଠ କଳିଙ୍ଗଙ୍କୁ ଯେଉଁ ମହୋଦଧୀ ତଟ ଲବଣ ଉତ୍ପାଦନର ମୂଳ କେନ୍ଦ୍ର ଥିବା ରାଜ୍ୟ ଦେଇଥିଲେ, ତାହା କଳିଙ୍ଗ ରାଜ୍ୟ ନାମରେ ପରିଚିତ  ଥିଲା। ପରବର୍ତ୍ତୀ ସମୟରେ ଲବଣ ଉତ୍ପାଦନ ଅଂଚଳରେ ଯଦୁ ବଂଶଜ ଆହୂକ (ଉଗ୍ରସେନଙ୍କ ପିତା) ମଥୁରାରୁ ଆସି କଳିଙ୍ଗର ସରସ୍ବତୀ ନଦୀ ମୁହାଣରେ ଥିବା ଲବଣାଂଚଳରେ ନିଜର କଟକ (ରାଜଧାନୀ, ସୈନ୍ୟ ଛାଉଣି) ରେ ପରିବର୍ତ୍ତନ କରି ତାର ନାମକରଣ ମଧୁପୁର କରିଥିଲେ।   

ଫଳରେ କଳିଙ୍ଗର ତତ୍କାଳୀନ ଦୁର୍ବଳ ରାଜାଙ୍କ ଲବଣ-ଅଧିକାର ବ୍ୟାହତ ହୋଇଥିଲା। ଏହି ଘଟଣା ପରବର୍ତ୍ତୀ ସମୟରେ ଅତିବଡି ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତରେ ଭିନ୍ନରୂପରେ ଲିପିବଦ୍ଧ ହୋଇଥିଲା। ଯେହେତୁ ଜଗନ୍ନାଥ ଦାସ ଶ୍ରୀମନ୍ଦିର ରେ ସଂସ୍କୃତ ଭାଗବତ ପାଠ କରୁଥିଲେ, ସ୍ପଷ୍ଟ ରୂପେ ମଧୁପୁର କଟକ ବିଷୟ ତତ୍କାଳୀନ ସଂସ୍କୃତ ଭାଗବତରେ ରହିଥିଲା, ଯାହାର ସେ କେବଳ ଓଡିଆ ଭାଷାନ୍ତର କରିଥିଲେ। ସମୟ ସନ୍ଧିରେ  ତତ୍କାଳୀନ ସମୟ ସୁଦ୍ଧା ବୃଷ୍ଶି ବଂଶୀ ଉଗ୍ରସେନ ପୂର୍ଣ୍ଣ ରୂପେ  ଭୋଜ ବଂଶୀ ଉଗ୍ରସେନରେ  ପରିବର୍ତ୍ତିତ ହୋଇ ସାରିଥିଲେ।

କାଳଯବନର 
ବାରମ୍ବାର ଆକ୍ରମଣ ଫଳରେ ସେ ସଦଳବଳେ ମଧୁପୁର ଛାଡି 

ଯୁଦ୍ଧରେ ପ୍ରଦ୍ୟୁମ୍ନ ନିହତ ହୋଇଥିବା ପରେ ଅଧିକୃତ ମଧୁପୁରକୁ ଲବଣାସୁର ଅଧୀନରୁ ମୁକୁଳେଇବା ନିମନ୍ତେ  ମଧ୍ୟଦେଶର ରାଜା ମାନ୍ଧାତା ସେଠାକୁ ଆସି ଯୁଦ୍ଧ  କରି ହାରି ଯାଇଥିଲେ। 

ଲବଣାସୁର, ମଧୁପୁରରେ ଉତ୍ପାଦନ ଜନିତ ରାଜାଂଶ  (କର) କଳିଙ୍ଗ ରାଜାଙ୍କୁ ଦେଉଥିବା ଅସୁର ବଂଶୀ (ରାକ୍ଷସ,  ଦିତି ଓ କଶ୍ୟପ ଷଡଙ୍ଗୀଙ୍କ ପୁତ୍ର) ଅଧିକାରୀଙ୍କ ରାଜା ପ୍ରଦତ୍ତ ଭୂଷଣ ଥିଲା। କଶ୍ୟପବଂଶା ଅସୁର (ରାକ୍ଷସ) ମାନେ ମହାଦେବ ଶିବଙ୍କର ଶିଷ୍ୟ ରୂପେ ମହାଦେବଙ୍କ ଠାରୁ ତ୍ରିଶୂଳ ଅସ୍ତ୍ର ପରିଚାଳନାରେ ସିଦ୍ଧ ଥିଲେ। ସମ୍ଭବତଃ ତାହା ରାଜା ମାନ୍ଧାତାଙ୍କ ପରାଜୟର କାରଣ ହୋଇଥିଲା।

ପ୍ରଦ୍ୟୁମ୍ନ ଙ୍କ ମୃତ୍ୟୁ 



ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କର ମୃତ୍ୟୁ ଜରା ଶବରଙ୍କର ବାଣରେ ହୋଇଥିଲା। ପ୍ରଶ୍ନ ଉଠୁଛି, କେଉଁଠାରେ ସେ ଦେହ ତ୍ୟାଗ କରିଥିଲେ ତଥା ତାଙ୍କର ଅର୍ଦ୍ଧଦଗ୍ଧ ହୃତପିଣ୍ଡର ବିସର୍ଜନ କେଉଁ ସ୍ଥାନରେ ହୋଇଥିଲୀ? ନୀଳଶୈଳର ପୂର୍ବ ଉପାଖ୍ୟାନ, ବନଖଣ୍ଡ, ଶାରଳା ମହାଭାରତ ଅନୁଯାୟୀ ସ୍ପଷ୍ଟ ସୂଚିତ କରେ ଯେ ତାହା ଧବଳଗିରି ସମୁଦ୍ର ଉପକୂଳରେ ବିସର୍ଜିତ ହୋଇଥିଲା।



କ୍ରମଶଃ...

Comments

Popular posts from this blog

ପତିତପାବନ

ନୀଳମତ ପୁରାଣ