ପତିତପାବନ


ବର୍ତ୍ତମାନର ପତିତପାବନ  ପ୍ରସ୍ତର ଖୋଦେଇ ଅଟନ୍ତି। 

ଜଣେ ବନ୍ଧୁ X ରେ ମନ୍ତବ୍ୟ ଦେଲେ - ଏହା କେଶରୀ ମାନଙ୍କ ସମୟ ଭୋଇ ବଂଶ ସମୟ ନୁହଁ।

ପ୍ରଥମ କଥା, ମାଦଳାପାଞିଙ୍କ ଅନୁସାରେ, ବର୍ତ୍ତମାନର ଶ୍ରୀମନ୍ଦିର ଶେଷ କେଶରୀ ବଂଶୀ ବସନ୍ତ କେଶରୀଙ୍କ 80 ବର୍ଷ ଉପରାନ୍ତ ଗଙ୍ଗବଂଶୀ ଅନଙ୍ଗ ଭୀମ ଦେବ -4ର୍ଥ ଙ୍କ  ଦ୍ବାରା ପ୍ରତିଷ୍ଠିତ।  ଏହାର 225 ବର୍ଷ  ପରେ ମେଘନାଦ ପାଚେରୀ (ଯାହା ମଧ୍ୟରେ ଚତୁର୍ଦିଗ ପୂର୍ବ, ପଶ୍ଚିମ,  ଉତ୍ତର ଓ ଦକ୍ଷିଣରେ ଚାରୋଟି ଗୁମୁଟ ଘର ଅଛି।) କପିଳେନ୍ଦ୍ର ଦେବଙ୍କ ସମୟରେ ତୋଳା ଯାଇଛି। 

ମ୍ଳେଛ (ଯବନ) ମାନଙ୍କୁ ପତିତ କୁହା ଯାଉଥିଲା। ଅନନ୍ତ ବାସୁଦେବଙ୍କ ପୂଜାରୀଙ୍କ ପୁତ୍ର  ଜଣେ ଯବନ ଥିବା ଅଚ୍ୟୁତାନନ୍ଦ ଙ୍କ ମାଳିକା କହୁଛି।

ଡେଣୁ, କପିଳେନ୍ଦ୍ର ବାବଙ୍କ ସମୟରେ ଯେତେବେଳେ ମେଘନାଦ ପାଚେରୀ ନିର୍ମିତ ହେଲା, ସିଂହଦ୍ୱାର ଗୁମୁଟ ଭିତରେ ମନ୍ଦିର ଭିଡରକୁ ଯାଇ ନ ପାରୁଥିବା ଅଣହିନ୍ଦୁଙ୍କ ନିମନ୍ତେ କାଷ୍ଠରେ ନିର୍ମିତ ହୋଇଥିଲା। ସେଥିଯୋଗୁଁ, ମୁକୁନ୍ଦ ଦେବ(2)ଙ୍କ ପୁତ୍ର ଦିବ୍ୟସିଂହ ଦେବ (1016-1027 ଖ୍ରୀଷ୍ଟାବ୍ଦ) ଙ୍କ ସମୟରେ ଘଟିଥିବା ଯୁଦ୍ଧର ବର୍ଣ୍ଣନା କରି ମାଦଳାପାଞି ଲେଖିଲେ - କାଠର ଜଗନ୍ନାଥଙ୍କୁ ମୁଗଲେ ନେଲେ।

ଭକ୍ତ ସାଲବେଗ (10ମ ଶତାବ୍ଦୀ) ତାମିଲନାଡୁ ତିରୁଚିରାପଲ୍ଲୀର କାବେରୀ ନଦୀ କୁଳରେ ଥିବା ଶ୍ରୀରଙ୍ଗମ ମନ୍ଦିରର ଶ୍ରୀରଙ୍ଗନାଥ ସ୍ବାମୀ (ଅନନ୍ତଶାୟୀ ବିଷ୍ଣୁ) ଓ ଶ୍ରୀଜଗନ୍ନାଥଙ୍କୁ ଏକ ଓ ଅଭିନ୍ନ ରୂପେ ଜଣାଣ କରୁଛନ୍ତି:

କହେ ସାଲବେଗ ହୀନ ଜାତିରେ ମୁଁ ଯବନ,
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ।

ତତ୍କାଳୀନ ସମୟରେ ସେ ସିଂହଦ୍ଵାର ଗୁମୁଟ ପାଖରେ ଦଣ୍ଡାୟମାନ ହୋଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ସୂଚିତ କରେ। ସେତେବେଳେ ସିଂହଦ୍ୱାର ସମ୍ମୁଖସ୍ଥ ଗରୁଡ ସ୍ତମ୍ଭ ମଧ୍ୟ କୋଣାର୍କରୁ ଆସି ନ ଥିଲା। ତାଙ୍କ ପ୍ରାର୍ଥନାରେ ମହାପ୍ରଭୁଙ୍କୁ ଶ୍ରୀ ରଙ୍ଗନାଥ ଙ୍କ ରୂପେ ସ୍ମରଣ କରିବା ଶ୍ରୀସଂପ୍ରଦାୟର "ଶ୍ରୀପ୍ରପନ୍ନାମୃତେ" ଶାସ୍ତ୍ରରେ ଉଲ୍ଲେଖ ପତିତପାବନ  ସମ୍ବୋଧନକୁ ପ୍ରାଚୀନ ଓଡିଆ ପଦ ରୂପେ ଚିହ୍ନଟ କରେ।

ରାଜ୍ୟ ସଂଗ୍ରହାଳୟରେ ସୁରକ୍ଷିତ ଥିବା "ଶ୍ରାଦ୍ଧଦୀପ" ଡଥା ଲଳିତାପାଟପୁର ଶିଳାଲେଖ ମାଦଳାପାଞିରେ ଅନେକ ରାଜାଙ୍କ ସମୟକୁ ଗୋଟିଏ କାଳବନ୍ଧରେ ବାନ୍ଧି ଦେଇଥିବା ସୂଚିତ କରେ।

ବର୍ତ୍ତମାନର ପ୍ରସ୍ତର ଖୋଦେଇ ପତିତପାବନ  ଗୌଡେଶ୍ବର ବୀରକିଶୋର ଦେବଙ୍କ ପିତା ଚାଲୁକ୍ୟବଂଶୀ ରାମଚନ୍ଦ୍ର ଦେବ-2 ଙ୍କ ସମୟରେ ସ୍ଥାପନ କରାଯାଇ ଥିବା ଅନୁମେୟ।
ବୀରଶ୍ରୀ ଗୌଡେଶ୍ବର ବୀରକିଶୋର ଦେବ (12ଶ ଖ୍ରୀଷ୍ଟାବ୍ଦ) ଙ୍କ ପିତା ଥିଲେ  ଚାଲୁକ୍ୟ ମୁକୁନ୍ଦ ଦେବଙ୍କ ପୁତ୍ର, ଯାହାଙ୍କୁ  ଆକବରଙ୍କ ସେନାପତି ମାନସିଂହ ଭୋଇ ବଂଶ ରାମଚନ୍ଦ୍ର ଦେବଙ୍କୁ ଖୁର୍ଦ୍ଧା ସିଂହାସନ ଓ ମୁକୁନ୍ଦ ଦେବଙ୍କ ପୁତ୍ରଙ୍କୁ ଆଳି ରାଜ୍ୟ ଆବଣ୍ଟନ କରିଥିଲେ, ଙ୍କ ବଂଶଜ ଓ ମୁକୁନ୍ଦ ଦେବ (2)ଙ୍କ ନାତି ତଥା ହରେକୃଷ୍ଣ ଦେବଙ୍କ ପୁତ୍ର ଥିଲେ। ଲଳିତା ମହାଦେବୀ ତାଙ୍କ ରାଣୀ ଥିଲେ।

ତାଙ୍କ ପିତୃବ୍ୟ ଦିବ୍ୟସିଂହ ଦେବଙ୍କ ସମୟରେ ଗୁମୁଟ ମଧ୍ୟରୁ ମୁଗଲେ ନେଇ ଯାଇଥ୍ବବା ପତିତପାବନଙ୍କୁ ସେ ପ୍ରସ୍ତର ଖୋଦେଇ ପୂର୍ବକ ସ୍ଥାପନ କରିଥିଲେ। 

ଐତିହାସି ମାନେ ମୁସଲିମ ସାହିତ୍ୟ "ବାରବାଟୀ କୈଫିୟତ" ରୁ ଉଦ୍ଧୃତ କରି ସେ ମୁର୍ଶିଦାବାଦ ଶାସକ ତକି ଖାଁ'ର ଝିଅ ସହ ବିବାହ କରିଥୁବା ଏବଂ ସେଥିପାଇଁ ତାଙ୍କୁ ଶ୍ରୀମନ୍ଦିର-ପ୍ରବେଶର ଭ୍ରମାତ୍ମକ ବାସନ୍ଦର କାହାଣୀ ଉଲ୍ଲେଖ କରି କେବଳ ରାଜାଙ୍କ ଦର୍ଶନ ନିମନ୍ତେ ପତିତପାବନ ସ୍ଥାପନ ହୋଇଥିବା ଲେଖୁଛନ୍ତି।

ଶ୍ରୀଜଗନ୍ନାଥଙ୍କୁ ପତିତପାବନ ରୂପେ ଅନେକ ବର୍ଷ ପୂର୍ବରୁ ସମ୍ବୋଧିତ ହେଉଥିବା ପ୍ରମାଣ ଶ୍ରୀସଂପ୍ରଦାୟର "ଶ୍ରୀପ୍ରପନ୍ନାମୃତେ" ଶାସ୍ତ୍ରରୁ ମିଳିଥାଏ। 

ପ୍ରପନ୍ନଂ ମୋକ୍ଷଦାନେଽହଂ ଦିକ୍ଷିତୋ ଯବନେଶ୍ବର।
ପତିତାନଂ ମୋକ୍ଷଦାନେ ଜଗନ୍ନାଥଃ ପ୍ରଦୀକ୍ଷିତମ।।

ହେ ଯବନେଶ୍ବର! ମୁଁ ଶରଣାଗତ ବୈଷ୍ଣବମାନଙ୍କର ମୋକ୍ଷଦାତା; କିନ୍ତୁ ଜଗତପତି ଶ୍ରୀଜଗନ୍ନାଥ ପତିତମାନଙ୍କର ମୋକ୍ଷଦାତା। ତୁମେ ଶ୍ରୀଜଗନ୍ନାଥଙ୍କର ଶରଣାପନ୍ନ ହୁଅ। 

ଶ୍ରୀସଂପ୍ରଦାୟର "ଶ୍ରୀପ୍ରପନ୍ନାମୃତେ" ଶାସ୍ତ୍ରରେ ଉଲ୍ଲେଖ ପତିତପାବନ ସମ୍ବୋଧନକୁ ରାମାନୁଜୀ ସମ୍ବୋଧନ  ରୂପେ ଚିହ୍ନଟ କରୁଥିବା ବିଶେଷଜ୍ଞ ମାନଙ୍କ ଗୋଚରାର୍ଥେ, ପ୍ରପନ୍ନାମୃତ ଏହାକୁ ଝୋଲିଆ କବୀରଙ୍କ  ସମ୍ବୋଧନରେ ଦର୍ଶାଇଛନ୍ତି। 

ଓଡିଶା ଇତିହାସର ସମୟ ସନ୍ଧିରେ 4 ଜଣ ରାମଚନ୍ଦ୍ର ଦେବ ଓ 2 ଜଣ ତକୀ ଖାଁ ଥିଲେ। ମାଦଳାପାଞି କେବଳ ଭୋଇ ବଂଶୀ ରାମଚନ୍ଦ୍ର ଦେବଙ୍କୁ ଉଲ୍ଲେଖ କରିଛନ୍ତି। 42 ପୃଷ୍ଠାରେ 2 ଜଣ ମୁକୁନ୍ଦ ଦେବଙ୍କ ରାଜତ୍ବ ସମୟ ମିଶ୍ରଣ କରି କେଶବ ରାଏ ଗୋସାଇଁଙ୍କୁ  ରାମଚନ୍ଦ୍ର ଦେବ ବୋଲାଇଲେ ଲେଖିଛନ୍ତି। ମାଦଳାପାଞିରେ କେଶବ ରାଏ ଗୋସାଇଁଙ୍କୁ ରାମଚନ୍ଦ୍ର ଦେବ କାହିଁକି କୁହାଇଲେ, ତା'ର ବିଶେଷ ପର୍ଯାଲୋଚନ ତକୀ ଖାଁଙ୍କ କଟକ ପ୍ରବେଶ ସମୟ, ଯାହା ଏକ ଅଭିନ୍ନ ସମୟ ଅଟେ, ପରିପେକ୍ଷୀରେ କଲେ ଜାଣି ପାରିବା।

ଶ୍ରାଦ୍ଧଦୀପ ଅନୁଯାୟୀ ଚାଲୁକ୍ୟ ବଂଶରେ ଆଉ ଜଣେ ତଥା 3 ଟି ଅଭିଲେଖ ରେ ଉଲ୍ଲେଖ ଚନ୍ଦ୍ର-ସୂର୍ଯ୍ୟ ବଂଶୀ ରାମଚନ୍ଦ୍ର ଦେବ (15ଶ ଶତାବ୍ଦୀ) ଓଡିଶାର ରାଜା ହୋଇ ରହିଥିଲେ।

10ମ ଶତାବ୍ଦୀରେ ଭୋଇ ବଂଶ ନରସିଂହ ଦେବଙ୍କ ହତ୍ୟା ପରେ ତାଙ୍କ ଭାତୃସ୍ପୁତ୍ର ଗଂଗାଧର ଦେବଙ୍କୁ ହତ୍ୟା କରି ବଳଭଦ୍ର ଦେବ ଓଡିଶା ରାଜା ହେଲେ। ତାଙ୍କ ପୁତ୍ର  ମୁକୁନ୍ଦ ଦେବଙ୍କ ସହ 16ଶ ଶତାବ୍ଦୀର ତେଲେଙ୍ଗା ମୁକୁନ୍ଦ ଦେବଙ୍କ ମିଶ୍ରଣ ଫଳରେ ଦୀର୍ଘ 600 ବର୍ଷର ଇତିହାସକୁ ଚପାଇ ଦିଆ ଯାଇଛି। ଶ୍ରାଦ୍ଧଦୀପ ଭୋଇ ଓ ତାଲୁକା ଉଭୟ ବଂଶ ଚରିଡ ମିଶ୍ରଣ କରି ଲେଖୁଛନ୍ତି। ଲଳିତା ପାଟପୁର ଶିଳାଲେଖକୁ ଗୁରୁତ୍ବ  ଦିଆ ଯାଇ ନାହିଁ।

ଶ୍ରୀ ସଂପ୍ରଦାୟଙ୍କ "ଶ୍ରୀପ୍ରପନ୍ନାମୃତେ"ରେ ଉଲ୍ଲେଖିତ ପତିତପାବନ ପଦ କିଛି ଓଡିଆ ବିଶାରଦଙ୍କ ନିମନ୍ତେ ଗ୍ରହଣୀୟ ନ ଥିଲେ ମଧ୍ୟ ଏଠାରେ ପ୍ରଶ୍ନ ଶ୍ରୀ ସଂପ୍ରଦାୟ ନୁହେଁ। ବରଂ ପ୍ରଶ୍ନ ସମୟ ସନ୍ଧିରେ ଲୁଚି ଯାଇଥିବା ରାଜା ମାନଙ୍କର ନାମ ଅଟେ। 

ବୈଷ୍ଣବ ଲୀଳାମୃତ ଅନୁଯାୟୀ ଝୋଲିଆ କବୀର ପ୍ରତାପ ରୁଦ୍ର ଦେବଙ୍କ ସମୟର (9ମ ଶତାବ୍ଦୀ) ଅଟନ୍ତି। ଶ୍ରାଦ୍ଧଦୀପର ଚାଲୁକ୍ୟ ଦିବ୍ୟସିଂହ ଦେବ 11ଶ ଶତାବ୍ଦୀର ତଥା ଚାଲୁକ୍ୟ ରାମଚନ୍ଦ୍ର ଦେବ 12ଶ ଶତାବ୍ଦୀର ଓ ଚନ୍ଦ୍ର-ସୂର୍ଯ୍ୟ ବଂଶୀ ରାମଚନ୍ଦ୍ର ଦେବ (15ଶ ଶତାବ୍ଦୀ) ଅଟନ୍ତି। 

ପ୍ରପନାମୃତରେ କବୀରଙ୍କ ମୁଖରେ ପତିତପାବନ କୁହାଇବା ଅର୍ଥ, ଏହା ପ୍ରାଚୀନ ଓଡିଆ ଶବ୍ଦ ଅଟେ। କପିଳେନ୍ଦ୍ର ଦେବ (8ମ ଶତାବ୍ଦୀ) ଙ୍କ ପରେ 10ମ ଶତାବ୍ଦୀର ଭକ୍ତ ସାଲବେଗ ଗାଉଛନ୍ତି - ଶ୍ରୀରଙ୍ଗା ଚରଣେ...

ଗଜପତି ପଦର ଅର୍ଥ ବ୍ୟାପକ ଅଟେ। ଏହା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କୃତିକୁ ଆଗକୁ ବଢାଉଥିବା ଶାସକଙ୍କ ନାମ ସହ ଯୋଡି ହୋଇଥାଏ। ତେଣୁ ଜଣେ ଗଜପତି ରାଜା, ଯିଏ ସନାତନତ୍ବର ରକ୍ଷକ, ତାଙ୍କର ମୁସଲିମ ରାଜକନ୍ୟାଙ୍କ ସହ ବିବାହ ଏକ କପୋଳକଳ୍ପିତ କାହାଣୀ ଅଟୋ

Comments

Popular posts from this blog

ମହାପ୍ରଭୁ