Posts

Image
  ସ୍ନାନ ପୂର୍ଣ୍ଣିମା   ମହାପ୍ରଭୁ ଶ୍ରୀଜଗନ୍ନାଥ ସୃଷ୍ଟି , ସ୍ଥିତି ଲୟ ସବୁଠାରୁ ଉର୍ଦ୍ଧ୍ୱରେ ଅଟନ୍ତି । ପୌରାଣିକ ଉପାଖ୍ୟାନ ଅନୁସାରେ ପ୍ରଳୟ ଉପରାନ୍ତ ସୃଷ୍ଟିର ଆରମ୍ଭ ସମୟରେ ବଟପତ୍ରରେ ଶାୟିତ ଶିଶୁ ରୂପେ ମାର୍କେଣ୍ଡୟ ଋଷିଙ୍କ ପୁରୁଷୋତ୍ତମଙ୍କ ଦର୍ଶନ କରିବା ସୃଷ୍ଟି , ସ୍ଥିତି ଓ ଲୟ ତତ୍ତ୍ୱର ଅନ୍ତର୍ଦର୍ଶନରେ କରା ଯାଇଛି । ନବମ ଶତାବ୍ଦୀର ସନ୍ଥ ଅଚ୍ୟୁତାନନ୍ଦ ଦାସଙ୍କ ଅନ୍ତର୍ଦୃଷ୍ଟିରେ ପ୍ରତିଫଳିତ ୨୨ ପାହାଚେ ମୀନ ଖେଳିବ ପଦ ସମୁଦ୍ର ଜଳ ରତ୍ନବେଦୀ ବା ମହାବେଦୀ ଛୁଇଁବା ସମୟର ଭବିଷ୍ୟବାଣୀ ଥିଲା । ଜଳାର୍ଣ୍ଣବେ ପୃଥିବୀର ଶେଷାବସ୍ଥା ତଥା ସୃଷ୍ଟି ଠାରେ ହିଁ ପୃଥିବୀର ପ୍ରଳୟକାଳୀନ ବିଲୟ ସମୟର ଚିତ୍ର ପରିକଳ୍ପନା ସେ କରିଥିଲେ । ଏହା ସମୁଦ୍ରରେ ଜଳ ସ୍ତର ବଢିବା ସନ୍ଦର୍ଭରେ ତାଙ୍କ ଅନ୍ତର୍ମନରେ ସ୍ଫୁରିତ ହୋଇଥିଲା । ସମ୍ଭବତଃ ଧବଳଗିରି ଓରଫ ନୀଳଶୈଳର ମହାବେଦୀ ଯେ ସ୍ୱୟଂ ଶାଳଗ୍ରାମ ଅଟନ୍ତି , ସନ୍ଥ ଅଚ୍ୟୁତାନନ୍ଦ ଅନ୍ତର୍ଦୃଷ୍ଟିରେ ଦେଖି ସୃଷ୍ଟି , ସ୍ଥିତି ଓ ଲୟ ତତ୍ତ୍ୱ ସନ୍ଦର୍ଭରେ ୨୨ ପାହାଚେ ମୀନ ଖେଳିବର ପରିକଳ୍ପନା କରିଥିଲେ । ୭୫ ସହସ୍ର ବର୍ଷ ତଳେ ସୁମାତ୍ରା (ଇଣ୍ଡୋନେସିଆ) ର ବିଶାଳ ଆଗ୍ନେୟଗିରି ର ଲେଲିହାନ ବହ୍ନିରେ ଭାରତବର୍ଷର ଦକ୍ଷିଣ ପୂର୍ବରେ ଅବସ୍ଥିତ ଇଣ୍ଡୋନେସିଆ ର ଜନଜୀବନ , ବୃକ୍ଷଲତା ଓ ପଶୁପକ୍ଷୀଙ୍କ ସମୂଳେ ଧ୍ୱଂସ ପାଇବାର ବିକଟାଳ ଦୃଶ୍ୟ ତଥା ସେଥିରୁ ବିଛାଡି ହୋ...

ନବକଳେବର

Image
    ଶ୍ରୀମଦ ଭଗବତ ଗୀତା ଜନ୍ମମୃତ୍ୟୁର ର ଚକ୍ରକୁ  ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବା ସଦୃଶ୍ୟ ଜରାଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ ଅବସ୍ଥା ରୂପେ ବ୍ୟାଖ୍ୟା କରନ୍ତି। ସେହି ଅନୁକ୍ରମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସାଧାରଣ ପ୍ରାଣୀଙ୍କ ଜନ୍ମମୃତ୍ୟୁ ଜନିତ ଶରୀର ତ୍ୟାଗ ଓ ନୂତନ ଶରୀରରେ ପ୍ରାଣ ନେଇ ଜନ୍ମ ହେବା ନୀତି ଭଳି ତାଙ୍କ ଏକମାତ୍ର ବିଗ୍ରହର ନବ କଳେବର ନୀତି ସେ କରାଇଥାନ୍ତି। ଚନ୍ଦ୍ର ଓ ସୌର ତିଥିର ସମନ୍ବୟ ସମ୍ବନ୍ଧୀୟ କାଳ ଗଣନାରେ ଅଧିକା ଆଷାଢ ମାସ ପଡୁଥିବା ବର୍ଷରେ ଏହାକୁ ବଡଦାଣ୍ଡରେ  ପତିତ ଜନ ସାଧାରଣଙ୍କୁ ଦର୍ଶନ ଦେବା ନିମନ୍ତେ ରଥରେ ଅଧିଷ୍ଠାନ ପୂର୍ବରୁ ସମାହିତ କରାଯାଏ। ଯୋଡା ଆଷାଢ ପଡିବା ବର୍ଷକୁ ପାଞ୍ଜିକାର ମାନେ ସ୍ଥିର ନିର୍ଦ୍ଧାରିତ କରିଥାନ୍ତି। ସେହି ଆଷାଢର ପ୍ରଥମ କୃଷ୍ଣପକ୍ଷ, ପ୍ରଥମ ଶୁକ୍ଳପକ୍ଷ, ଦ୍ୱିତୀୟ କୃଷ୍ଣପକ୍ଷର ୪୫ ଟି ତିଥି ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପାଦିତ କରାଯାଏ। ଦ୍ୱିତୀୟ ଆଷାଢ ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ନବଯୌବନ ବେଶ ହୁଏ। ତା ପରଦିନ ରଥରେ ମହାପ୍ରଭୁ ଜନସାଧାରଣଙ୍କ ଗହଣକୁ ଆସନ୍ତି। ଶେଷଥର ପାଇଁ ଏହା ୨୦୧୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏହି ପ୍ରକ୍ରିୟାର ପ୍ରଥମ ଲିପିବଦ୍ଧ ନୀତି/ବିଧି ମାଦଳାପାଞ୍ଜି କେଶରୀବଂଶର ପ୍ରଥମ ପାଟରାଜା ଯଜାତିଙ୍କ ରାଜତ୍ୱ ସମୟରେ ବର୍ଣ୍ଣନା କରିଛନ୍ତି। ସୋମ...

ନବମ ଅବତାର – ନୂତନ ଦୃଷ୍ଟିକୋଣ

Image
ବୁଦ୍ଧ ଭୂମିସ୍ପର୍ଶ ମୁଦ୍ରାରେ। ସୌ: Puri.nic.in ପୁରୁଷୋତ୍ତମ-ଜଗନ୍ନାଥଙ୍କ  ନବମ ଅବତାର  ସାଂଖ୍ୟଯୋଗୀ ଗୌତମ ବୁଦ୍ଧଙ୍କ ୩୯୬୫ ତମ ଜନ୍ମ ଜୟନ୍ତୀ ଅବସରରେ ଅଶେଷ ଭକ୍ତିପୁଷ୍ପ ଶ୍ରଦ୍ଧାଞ୍ଜଳିଯୁକ୍ତ ପ୍ରଣାମ ସହ ଆରମ୍ବ କରୁଛି ପୁରାଣ ପର୍ଯ୍ୟବେଶିତ ତାଙ୍କ ଜନ୍ମ ଚରିତ। ଅନନ୍ତକାଳରୁ ଶାଳଗ୍ରାମ ପୀଠାସୀନ ପୁରୁଷୋତ୍ତମ ଜଗନ୍ନାଥ ଙ୍କ ପ୍ରତ୍ୟକ୍ଷ ପ୍ରେରଣାର ଉତ୍ସ ରୂପେ ସମସ୍ତ ଜଡ ଓ ଜୀବ ମଧ୍ୟରେ ପରମାତ୍ମାଙ୍କ ନିବାସ ରହିଥିବା ବେଦାନ୍ତ ଦର୍ଶନ ତତ୍ତ୍ବର ପୁରୁଷୋତ୍ତମୀୟ-ଜ୍ଞାନ-ବ୍ୟାଖ୍ୟା (ଅନ୍ତସ୍ଥ ଓ ବ୍ରହ୍ମାଣ୍ଡୀୟ) ଜନିତ ପରାକାଷ୍ଠା ଶ୍ରୀକ୍ଷେତ୍ର-ପୁରୀର ଋଷି ଓ ଜ୍ଞାନୀ ପଣ୍ଡିତ ମାନଙ୍କ ଅନ୍ତସ୍ଥ ଉଦ୍ଭବ ବୈଦିକ ଜ୍ଞାନର ସୈଦ୍ଧାନ୍ତିକ ସତ୍ୟତା ତା’ର ପ୍ରାମାଣିକତା ଦର୍ଶାଇ ଆସିଛି।। ପରମାତ୍ମା ଶ୍ରୀପୁରୁଷୋତ୍ତମ-ଜଗନ୍ନାଥଙ୍କ ଦାରୁବିଗ୍ରହ ପ୍ରତ୍ୟେକ ପ୍ରାଣୀଙ୍କ ଆତ୍ମସାକ୍ଷାତକାରେ ଜ୍ଞାନ ପ୍ରାପ୍ତି ଅବସ୍ଥାକୁ ଦର୍ଶାଇ ଥାଏ। ତାଙ୍କ ରୂପ-ଅବତାରରେ ପ୍ରଥମେ ଭୃଗୁ ଋଷିଙ୍କ କନ୍ୟା ଲକ୍ଷ୍ମୀ (ଶ୍ରୀ)ଙ୍କ ସ୍ୱାମୀ ବିଷ୍ଣୁ ଗଣା ହେଲେ। ମହାନାରାୟଣୀୟ ଉପନିଷଦ ଅନୁସାରେ ଋଷି ନାରାୟଣ ( ପ୍ରାଗଜ୍ୟୋତିଷପୁର ଅସୁର ବଂଶ ହିରଣ୍ୟକଶିପୁ ର ବଦ୍ଧ କରିଥିବା ଭଗବାନ ନୃସିଂହ ) ଙ୍କୁ ବିଷ୍ଣୁ ଓ ଦେବକୀପୁତ୍ର ବାସୁଦେବ କୃଷ୍ଣ ରୂପେ ଉପାସନା କରାଯିବା ଆରମ୍ଭ ହୋଇଥିଲା। ବେଦାଚାର୍ଯ୍ୟ ମାନଙ୍କ ଦ୍ୱାରା ବିଷ୍ଣୁରୂପୀ ଋଗ୍‌ବେଦୀୟ ...

ନୀଳମତ ପୁରାଣ

Image
  ନୀଳମତ ପୁରାଣ କାଶ୍ମୀର ରାଜବଂଶାବଳୀ ରାଜତରଙ୍ଗିଣୀର ଲେଖକ କାଲ୍ହନ ପଣ୍ଡିତ (୧୦୫୦ ଶକାବ୍ଦ ଆଖପାଖ)   ତାଙ୍କ ଗ୍ରନ୍ଥରେ ନୀଳମତ ପୁରାଣ ବିଷୟ ଉଲ୍ଲେଖ କରୁଛନ୍ତି।   ନୀଳମତ ପୁରାଣ ବୁଦ୍ଧଙ୍କୁ ଜଗଦଗୁରୁ ରୂପେ ଚିତ୍ରଣ କରି କହୁଛନ୍ତି ଯେ ବୈଶାଖ ମାସର ପୁଷ୍ୟଯୁକ୍ତ ଚନ୍ଦ୍ରମାରେ ବୁଦ୍ଧ ଜନ୍ମ ହେବେ।   ବିଷ୍ଣୁଦୈବୋ ଜଗନ୍ନାଥ ପ୍ରାପ୍ତେ ବ୍ରହ୍ମନ କଲୌଯୁଗେ , ଅଷ୍ଟାବିଂଶତିମେ ଭାବୀ ବୁଦ୍ଧୋ ନାମ ଜଗଦଗୁରୁଃ।   ପୁଷ୍ୟଯୁକ୍ତ ନିଶାନାଥେ ବୈଶାଖେ ମାସି କାଶ୍ୟପ।।   ( ନୀଳମତ ପୁରାଣ ,  ବୈଶାଖ ଶୁକ୍ଳ ପୁଷ୍ୟଯୋଗେ ବୁଦ୍ଧ ଜନ୍ମମହୋତ୍ସବ ,  ଶ୍ଳୋକ ୮୦୯-୮୧୦)   ସମ୍ଭବତଃ ନୀଳମତ ପୁରାଣରେ ଉଲ୍ଲେଖ ବୁଦ୍ଧ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ବୁଦ୍ଧଙ୍କୁ ନବମ ଅବତାର କ୍ରମଣିକାରେ ଗ୍ରହଣ କରିବାର ପ୍ରଥମ ପ୍ରକ୍ରିୟା ଥିଲା।   ସେ ସମୟରେ କାଶ୍ମୀରରେ ଲୋପ ପାଇବାକୁ ଯାଉଥିବା ପାରମ୍ପରିକ ଲୌକିକ ସନାତନ ରୀତିନୀତି ପାଳନକୁ ପୁନର୍ଅବସ୍ଥାପିତ କରିବା ପାଇଁ ବ୍ରାହ୍ମଣ ଚନ୍ଦ୍ରଦେବଙ୍କ ଦ୍ୱାରା ନାଗ ସମ୍ପ୍ରଦାୟଙ୍କ ଉତ୍ସାହ କ୍ରମେ ନୀଳମତ ପୁରାଣ ଲେଖା ଯିବା ବିଷୟ ଐତିହାସିକ ମାନେ ଉଲ୍ଲେଖ କରୁଛନ୍ତି।   ରାଜତରଙ୍ଗିଣୀର ତଥ୍ୟ ଅନୁସାରେ ନୀଳମତ ପୁରାଣ ୧୮୯୪ ଆନୋ ଲୌକିକ ବର୍ଷରେ (ଖ୍ରୀଷ୍ଟପୂର୍ବ ୧୨୫୭ ମସିହା)   ଲେଖା ଯାଇଥିଲା। ...

ଲେମ୍ବେଇ ଦଣ୍ଡପାଟ

Image
ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଅତିବଡି ଜଗନ୍ନାଥ ଦାସ ଓଡିଆ ଭାଗବତ ଲେଖିଥିଲେ। ସେଥିରେ ସେ ବୁଦ୍ଧଙ୍କ ଜନ୍ମ କୀକ୍କଟ ନଗରୀରେ ହୋଇଥିବା ଦର୍ଶାଇଛନ୍ତି।  କୀକ୍କଟ ମହାଭାରତ ସମୟର ଏକ ରାଜ୍ୟ ଥିଲା ଯେଉଁଠି ଧର୍ମ ବିରୋଧୀ ମାନେ ରହୁଥିଲେ। ଅତିବଡିଙ୍କ ଦ୍ବାରା ଏହା ଏକ ଭଦ୍ର ସମ୍ବୋଧନ ଥିଲା। ବାସ୍ତବରେ ତାହା କପିଳବାସ୍ତୁ ଥିଲା।  କପିଳବାସ୍ତୁ ବୈଦିକ ଋଷି ଅସିତ କେବଳଙ୍କ ଦ୍ବାରା ସୃଷ୍ଟି ସାଂଖ୍ୟ ଦର୍ଶନର ପ୍ରଣେତା କପିଳ ମୁନିଙ୍କ ପୂର୍ବଜଙ୍କ ଭିଟାମାଟି ଥିଲା। (ବାସ୍ତୁ = ଭିଟାମାଟି)  ତଳେ ପ୍ରଦତ୍ତ ମାଦଳା ପାଞ୍ଜିଙ୍କ ବିବରଣରେ ତଥାକଥିତ ବୁଦ୍ଧଙ୍କ ଜନ୍ମଭୂମି ଲୁମ୍ବିନୀର ଚିତ୍ର ମଧ୍ୟ ସ୍ପଷ୍ଟ ହୁଏ। ବୁଦ୍ଧଙ୍କ ଜନ୍ମ ଲୁମ୍ବିନୀରେ ନୁହେଁ, ଲେମ୍ବେଇ ଦଣ୍ଡପାଟରେ ହୋଇଥିଲା। ସିଂହଳ ରାଜବଂଶାବଳୀ ମହାବଂଶ ଅନୁସାରେ ବୁଦ୍ଧଙ୍କ ନିର୍ବାଣର ୯୦ ବର୍ଷ ପରେ ମଗଧରେ ରାଜତ୍ୱ କରିଥିବା ହର୍ଯ୍ୟଙ୍କ ବଂଶୀ କଳାଶୋକ ରାଜତ୍ବ କରିଥିଲେ। ତାଙ୍କ କଳିଙ୍ଗ ଆକ୍ରମଣର ବିଭିଷୀକା ପରେ ସୁଦୀର୍ଘ ସମୟ ଧରି ଉପୁଜି ଥିବା ଧାର୍ମିକ ବିଶ୍ୱାସ ବିସ୍ଥାପନର ସଙ୍କଟ ଗଙ୍ଗବଂଶୀ  ରାଜରାଜେଶ୍ୱର ଙ୍କ ସମୟ  ପର୍ଯ୍ୟନ୍ତ ବି ସମାପ୍ତ ହୋଇ ନ ଥିବା ବିଷୟ ମଧ୍ୟ ମାଦଳାପାଞ୍ଜିଙ୍କ ଉଲ୍ଲେଖରେ ମିଳେ।  ତାହା ପ୍ରବଚକ ମାନଙ୍କ ଦ୍ୱାରା ପ୍ରଦତ୍ତ ପୁରୀ ଶ୍ରୀମନ୍ଦିର ଜଗମୋହନ ଶିଖର ପ୍ରଦେଶରେ ଥିବା ହାଣ୍ଡି ଓ ବାଲଟିର ଉପାଖ୍ୟ...

କପ୍ଫିଣା ଉପାଖ୍ୟାନ

Image
କାଶ୍ମୀର ନରେଶ ଅବନ୍ତୀ ବର୍ମାଙ୍କ ଦରବାରୀ କବି ଶିବସ୍ୱାମୀ ତାଙ୍କ ମହାକାବ୍ୟ କପ୍ଫିଣାଭ୍ୟୁଦୟ ରେ କୁକ୍କୁଟବତୀ-ନଗର ର ରାଜା କପ୍ପିଣାଙ୍କ ଜମିଦାରୀରେ ପାଣ୍ଡ୍ୟ, ଆନ୍ଧ୍ର, ଉତ୍କଳ ଓ ସୁରାଷ୍ଟ୍ର ସମେତ ୪୧ ଟି ରାଜ୍ୟ ରହିଥିବା ବିଷୟରେ ଲେଖୁଛନ୍ତି। ବୌଦ୍ଧ ସାହିତ୍ୟ ଧମ୍ମପଦ ଲେଖୁଛନ୍ତି ଯେ ଯେ ବ୍ୟବସାୟୀମାନଙ୍କ ପାଖରୁ ବୁଦ୍ଧଙ୍କ ମହିମା ଶୁଣି ରାଜା କପ୍ଫିଣା ଅର୍ୱଚ, ନୀଳୱାହନ ଓ ଚନ୍ଦ୍ରଭାଗା ନଦୀ ଅତିକ୍ରମ କରି ଚନ୍ଦ୍ରଭାଗା ତଟ ବଟବୃକ୍ଷ ମୂଳେ ଉପବେସିତ ବୁଦ୍ଧଙ୍କୁ ସାକ୍ଷାତ କରି ସନ୍ୟାସ ଗ୍ରହଣ କରିଥିଲେ। ସେଥିରେ ବର୍ଣ୍ଣିତ ରାଜା କପ୍ଫିଣା ଓ ତାଙ୍କ ସଭାସଦ ମାନଙ୍କ ଭିତରେ ହୋଇଥିବା ବାର୍ତ୍ତାଳାପ ଓ ତଳର ବିଶ୍ଲେଷଣକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେମାନେ ପାର କରିଥିବା ନଦୀ ତ୍ରୟ ହେଲେ ବୈତରଣୀ, ମହାନଦୀ ଓ ଚନ୍ଦ୍ରଭାଗା। ସେମାନେ ବୁଦ୍ଧଙ୍କୁ ମୈତ୍ରେୟ ବନର ବଟବୃକ୍ଷ ମୂଳେ ସାକ୍ଷାତ କରିଥିଲେ। ପ୍ରଥମେ ପାର କରିଥିବା ନଦୀ ହେଲା ଅର୍ୱଚ। ଏହା ଅର୍ହତ ଶବ୍ଦର ପାଲି ଶବ୍ଦ ଅଟେ। ଅର୍ହତ ସିଦ୍ଧ ପୁରୁଷଙ୍କୁ ବୁଝାଇଥାଏ। ସେ ବୁଦ୍ଧଙ୍କ ରତ୍ନତ୍ରୟୀ ଙ୍କୁ ସ୍ମରଣପୂର୍ବକ ଅର୍ୱଚ ଅଥବା ବୈତରଣୀ ନଦୀ ପାର ହେଲେ। ବୈତରଣୀ ନଦୀର ମାହତ୍ମ୍ୟ ସମ୍ପର୍କରେ ପୁରାଣ ମାନଙ୍କରେ କୁହା ଯାଇଛି ଯେ ଏଥିରେ ସ୍ନାନ କଲେ, ଭବ ସାଗରର ପାରି  ହେବା ସହଜ ହୁଏ। ସନାତନ ଶାସ୍ତ୍ରରେ  କେଉଁଝରର ଗୋନାସିକା ପର୍ବତ-କନ୍ଦରରୁ ବାହାରି ଥିବା ବୈ...